Wednesday, April 22, 2026
38.3 C
Odisha

    କେନ୍ଦ୍ର ସରକାରଙ୍କ ବଡ଼ କଟକଣା, ପିୟୁସିସି ଓ ଇନ୍ସୁରାନ୍ସ ନଥିଲେ ଆପେ ଆପେ କଟିଯିବ ଡ୍ରାଇଭିଂ ଲାଇସେନ୍ସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱେର :  କେନ୍ଦ୍ର ସରକାରଙ୍କ ବଡ଼ କଟକଣା । ପ୍ରଦୂଷଣ ପ୍ରମାଣପତ୍ର (ପିୟୁସିସି) କିମ୍ବା ବୀମା କରି ନଥିଲେ ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର (ଆର୍‌ସି) ସ୍ବତଃ ବାତିଲ ହେବ । ଏଥିସହ ରାସ୍ତାରେ ଚଳାଉଥିବା ସମୟରେ ଧରାପଡ଼ିଲେ ମୋଟା ଅଙ୍କର ଜରିମାନା ମଧ୍ୟ ଦେବାକୁ ପଡ଼ିବ । ଏହି ନୂଆ ନିୟମ ଲାଗୁ କରିବା ପାଇଁ ବାହନ ପୋର୍ଟାଲରେ ଗାଡ଼ିଗୁଡ଼ିକର ବିଭକ୍ତୀକରଣ କରାଯିବା ସହ ଆବଶ୍ୟକ ପରିବର୍ତ୍ତନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ରାଜ୍ୟରେ ଏବେ ପାଖାପାଖି ୮ଲକ୍ଷ ଗାଁଡ଼ି ଏହି ନୂଆ ନିୟମ ଦ୍ବାରା ପ୍ରଭାବିତ ହେବାକୁ ଯାଉଛନ୍ତି ।

    ନୂଆ ନିୟମ ଅନୁସାରେ, ଗାଡ଼ିଗୁଡିକୁ ପରମାନେଣ୍ଟ ଆର୍କାଇଭ, ଟେମ୍ପରାରି ଆର୍କାଇଭ୍, ଆକ୍ଟିଭ୍ ନନ୍-କମ୍ପ୍ଲାଏଣ୍ଟ, ଆକ୍ଟିଲ୍‌ କମ୍ପ୍ଲାଏଣ୍ଟ ଏପରି ୪ ଭାଗରେ ବିଭକ୍ତ କରାଯାଇଛି । ଅଣବାଣିଜ୍ୟିକ ଗାଡ଼ିଗୁଡ଼ିକ ମଧ୍ୟରେ ୧୫ ବର୍ଷରୁ କମ୍ ପୁରୁଣା ଗାଡ଼ିର ୨ ବର୍ଷରୁ କମ୍ ସମୟ ଧରି ପିୟୁସିସି କିମ୍ବା ବୀମା ହୋଇ ନଥିଲେ ତାହାକୁ ଆକ୍ଟିଭ୍ ନନ୍-କମ୍ପ୍ଲାଏଣ୍ଟ ବର୍ଗରେ ନିଆଯିବା ଅର୍ଥାତ୍ ଉକ୍ତ ଗାଡ଼ିଗୁଡ଼ିକ ସକ୍ରିୟ ଅଛନ୍ତି, କିନ୍ତୁ କୌଣସି କାଗଜପତ୍ର କରିନାହାନ୍ତି ବୋଲି ଧରାଯିବ।

    ସେହିପରି ଯଦି ବୀମା ଅବଧି ୨ବର୍ଷରୁ ଅଧିକ ଓ ୩ବର୍ଷରୁ କମ୍ ଥାଏ, ତାହାକୁ ଟେମ୍ପରାରି ଆର୍କାଇଭ୍ ଅର୍ଥାତ୍ ଅସ୍ଥାୟୀ ଭାବେ ସଡ଼କ ପାଇଁ ଅନୁପ‌ଯୁକ୍ତ ବୋଲି ଧରିନିଆଯିବ । ବୀମା ଓ ପିୟୁସିସି କରିବା ପରେ ସେମାନେ ଆକ୍ଟିଭ୍ କମ୍ପ୍ଲାଏଣ୍ଟ ବର୍ଗକୁ ଆସିଯିବେ । ଯେଉଁମାନେ ପିୟୁସିସି କିମ୍ବା ବୀମା ୩ବର୍ଷରୁ ଅଧିକ ସମୟ ଧରି କରିନାହାନ୍ତି ସେମାନଙ୍କୁ ପର୍ମାନେଣ୍ଟ ଆର୍କାଇଭ୍ ବର୍ଗର ରଖାଯିବ।  ଅର୍ଥାତ ସ୍ଥାୟୀ ଭାବେ ସେମାନେ ସଡ଼କକୁ ଆସିବାକୁ ଅନୁପଯୁକ୍ତ ବୋଲି ଧରାଯିବ ଏବଂ ସେମାନଙ୍କ ଆରସି ବାତିଲ ହୋଇଯିବ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.3 ° C
    38.3 °
    38.3 °
    19 %
    4.1kmh
    80 %
    Wed
    42 °
    Thu
    43 °
    Fri
    45 °
    Sat
    44 °
    Sun
    44 °

    ସମ୍ବନ୍ଧିତ