Wednesday, April 22, 2026
38.3 C
Odisha

    ଆହୁରି ୪ ଦିନ ଗରମ ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କଲବଲ କରୁଛି ତାତି । ଆହୁରି ୪ ଦିନ ଗରମ ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର । ଅସ୍ତବ୍ୟସ୍ତ କରୁଛି ଗରମ । ତଳେ ଉପରେ ସବୁଠି ତାତି । ୨୫ ଯାଏ ତାତି ରୁ ନାହିଁ ତ୍ରାହି । ୪୦ ଡିଗ୍ରୀ ଉପରେ ୧୪ ସହର । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି । ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ମାଲକାନଗିରି ସମେତ ବଲାଙ୍ଗୀର ଜିଲ୍ଲାରେ ଆଜିଠାରୁ ୨୫ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର । ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ବିଜ୍ଞୋପ୍ତି ଜାରି କରାଯାଇଛି ।

    ସେହିପରି ଗଜପତି ଜିଲ୍ଲାରେ ମଧ୍ୟ୨୪ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତା ଦୁଇରୁ ତିନ ଦିନରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ । ଆସନ୍ତା ୫ ଦିନ ଯାଏଁ ତାତିରୁ ମିଳିବନି ନିସ୍ତାର। ବର୍ତ୍ତମାନ ୪୦ ଡିଗ୍ରୀ ଉପରେ ରହିଛି ୧୪ ସହରର ତାପମାତ୍ରା । ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହିତ କେତେକ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.3 ° C
    38.3 °
    38.3 °
    19 %
    4.1kmh
    80 %
    Wed
    42 °
    Thu
    43 °
    Fri
    45 °
    Sat
    44 °
    Sun
    44 °

    ସମ୍ବନ୍ଧିତ