Saturday, October 10, 2026
24.4 C
Odisha

    କ୍ଷୀର ସହ ମ୍ୟାଙ୍ଗୋ ସେକ୍ ପିଉଥିଲେ ସାବଧାନ, ଜାଣନ୍ତୁ କ’ଣ ରହିଛି ଏହାର କାରଣ

    ଆଗକୁ ପଢନ୍ତୁ

    ଗରମ ହେଉ ଅବା ଥଣ୍ଡା ସମସ୍ତେ ପ୍ରାୟତଃ ବିଭିନ୍ନ ପ୍ରକାର ସେକ୍ ପିଇଥାନ୍ତି । ଏହାକୁ ଲୋକେ ମଧ୍ୟ ବେଶ୍ ପସନ୍ଦ କରିଥାନ୍ତି । ବିଶେଷ କରି ଖରାଦିନରେ ମ୍ୟାଙ୍ଗୋ ସେକ୍ ପିଇବା ପାଇଁ ମାର୍କେଟରେ ଖୁବ୍ ଭିଡ ଜମିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହି ସେକ୍ ଆପଣଙ୍କ ପାଇଁ କେତେ ଲାଭପ୍ରଦ ?। ଆୟୁର୍ବେଦ ଅନୁସାରେ କ୍ଷୀର ସହ ଆମ୍ବ ଖାଇବା ଉଚିତ୍ ନୁହେଁ । ଯାହା ଆମେ ପିଇବା ଦ୍ବାରା ଆମକୁ କ୍ଷତି ପହଞ୍ଚାଇଥାଏ । ପାଟିକୁ ସ୍ବାଦିଷ୍ଟ ଲାଗିପାରେ ସତ ହେଲେ ଏହା ଆମ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଆମ୍ବରେ ଅଧିକ ମାତ୍ରାରେ ମିଠା ଥାଏ । ଆମ୍ବରେ ଭରପୁର ମାତ୍ରାରେ ସୁଗାର ଏବଂ ଫାଇବର ରହିଥାଏ ଏବଂ କ୍ଷୀର ହଜମ କରିବାକୁ ମଧ୍ୟ ଅଧିକ ସମୟ ନେଇଥାଏ । ଯାହାଫଳରେ ଏହାର ମିଶ୍ରଣ ପିଇବା ଦ୍ବାରା ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏହି କ୍ଷୀର ଏବଂ ଆମ୍ବ ମିଶ୍ରଣର ସେକ୍ ପିଇବା କାହିଁକି ଉଚିତ୍ ନୁହେଁ ତେବେ ଆସନ୍ତୁ ଜାଣିବା ।

    ବିଷାକ୍ତ ପଦାର୍ଥର ଆଶଙ୍କା : ଆୟୁର୍ବେଦ ଅନୁଯାୟୀ, ଆମ୍ବ ସମେତ କିଛି ଫଳ ରହିଛି ଯାହାକୁ କ୍ଷୀରରେ ମିଶାଇ ସେବନ କରିବା ଦ୍ବାରା ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ଆମ୍ବ ସହିତ ଅନ୍ୟ କିଛି ଫଳ ଏବଂ କ୍ଷୀରର ମିଶ୍ରଣ ପିଇବା ଦ୍ବାରା ’ଅମା’ସୃଷ୍ଟି ହୋଇପାରେ । ଏହି ସେକର ମିଶ୍ରଣ ପିଇବା ଫଳରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରେ ବୋଲି ବିଶ୍ୱାସ କରାଯାଏ । ଚର୍ମ ସମସ୍ୟା ଏବଂ ମେଟାବୋଲିଜିମ୍କୁ ମଧ୍ୟ ସୃଷ୍ଟି କରିଥାଏ । ଆମ୍ବ ଏବଂ କ୍ଷୀର ଏକାଠି ସେବନ କରିବା ଦ୍ୱାରା ଚର୍ମ ସମସ୍ୟା ହୁଏ। ଆମ୍ବ ଏବଂ କ୍ଷୀର ମିଶ୍ରଣ ଦ୍ୱାରା ବ୍ରଣ, ଫୋଡ଼ା କିମ୍ବା ଆଲର୍ଜି ଭଳି ଚର୍ମ ସମସ୍ୟା ହୋଇପାରେ। ଲାକ୍ଟୋଜ୍ ସମସ୍ୟାର ସମ୍ମୁଖୀନ କରୁଥିବା ଲୋକମାନେ ଆମ୍ବ ଏବଂ କ୍ଷୀରକୁ ଏକାଠି ସେବନ କରିବା ଉଚିତ୍ ନୁହେଁ । କାରଣ ଆମ୍ବରେ ଥିବା ପ୍ରାକୃତିକ ଏସିଡ୍ ଶରୀରକୁ ଲାକ୍ଟୋଜ୍ ହଜମ କରିବାରେ କଷ୍ଟକର କରିଦେଇଥାଏ । ଯାହା ଫଳରେ ପେଟ ଦରଜ, ବାନ୍ତି କିମ୍ବା ଡାଇରିଆ ହୋଇପାରେ। ହଜମରେ ସାହାଯ୍ୟ କରିବା ପରିବର୍ତ୍ତେ, କ୍ଷୀର ସହିତ ଆମ୍ବ ଖାଇବା ସମସ୍ୟାକୁ ବୃଦ୍ଧି କରିପାରେ ।

    ସୁସ୍ଥ ରହିବାର ଉପାୟ : କ୍ଷୀରରେ ତାଜା ଆମ୍ବ ମିଶାଇ ସେବନ କରିବା ଅପେକ୍ଷା ସେଗୁଡ଼ିକୁ ଅଲଗା ଭାବରେ ପିଇବା ଭଲ । ଯଦି ଆପଣ ଆମ୍ବ ମିଲ୍କସେକ୍ ଖାଇବାକୁ ଚାହାଁନ୍ତି, ତେବେ ଚେଷ୍ଟା କରନ୍ତୁ ଯେ ଆମ୍ବ ପାଚିଲା, ମିଠା ଏବଂ କ୍ଷୀର ଫୁଟା ଏବଂ ଥଣ୍ଡା ହୋଇଥିବ ତେବେ ଆଶଙ୍କାକୁ ହ୍ରାସ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ