Sunday, September 20, 2026
28.3 C
Odisha

    ଜଣାନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ବେଡ୍‌ରୁମ୍‌ର ରଙ୍ଗ

    ଆଗକୁ ପଢନ୍ତୁ

    ବାସ୍ତୁଶାସ୍ତ୍ର ଅନୁଯାୟୀ, ବେଡ୍‌ରୁମ୍‌ର ରଙ୍ଗ ବି ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ଓ ମାନସିକତା ଉପରେ ଅନେକ ପ୍ରଭାବ ପକାଇଥାଏ। ଯେମିତିକି:-

    ଧଳା ରଙ୍ଗକୁ ବାସ୍ତୁଶାସ୍ତ୍ରରେ ଶାନ୍ତି ଓ ପବିତ୍ରତାର ପ୍ରତୀକ ବୋଲି କୁହାଯାଏ। ବେଡ୍‌ରୁମ୍‌ର ରଙ୍ଗ ଧଳା ରହିଲେ, ମନ ଭିତରେ ଏକ ସକରାତ୍ମକ ଭାବ ସୃଷ୍ଟି ହୋଇଥାଏ।

    ବେଡ୍‌ରୁମ୍‌ର ରଙ୍ଗ ହାଲ୍‌କା ନୀଳ ଥିଲେ, ମନକୁ ବେଶ୍‌ ଶାନ୍ତି ମିଳେ। ବାସ୍ତୁଶାସ୍ତ୍ରରେ, ଏହି ରଙ୍ଗକୁ ସୁଖ ଓ ଆରାମର ପ୍ରତୀକ ବୋଲି କୁହାଯାଏ।

    ହାଲ୍‌କା ସବୁଜ ରଙ୍ଗକୁ ବି ବାସ୍ତୁଶାସ୍ତ୍ରରେ ଆରାମଦାୟକ ରଙ୍ଗ ବୋଲି କୁହାଯାଏ। ବୃଦ୍ଧାବୃଦ୍ଧ, ରୋଗଗ୍ରସ୍ତ ବ୍ୟକ୍ତିଙ୍କ ବେଡ୍‌ରୁମ୍‌ରେ ଏହି ରଙ୍ଗ ପ୍ରୟୋଗ କରିବା ଉତ୍ତମ ହୋଇଥାଏ। ଯଦି ବେଡ୍‌ରୁମ୍‌ର ରଙ୍ଗ ସବୁଜ କରିବା ସମ୍ଭବ ହେଉନାହିଁ, ସେ କ୍ଷେତ୍ରରେ ସବୁଜ ରଙ୍ଗର ଫର୍ନିଚର/ଡୋର୍‌ ସ୍କ୍ରିନ୍‌/ଇଣ୍ଡୋର ପ୍ଲାଣ୍ଟ ବି ରଖିପାରିବେ।

    ବାସ୍ତୁଶାସ୍ତ୍ରରେ ହଳଦିଆ ରଙ୍ଗକୁ ସନ୍ତୋଷ ତଥା ପ୍ରସନ୍ନତାର ପ୍ରତୀକ ଭାବେ ବିବେଚନା କରାଯାଏ। ପତିପତ୍ନୀଙ୍କ ବେଡ୍‌ରୁମ୍‌ରେ ଏହି ରଙ୍ଗ ଲଗାଇବା ସବୁଠୁ ଉତ୍ତମ ହୋଇଥାଏ।

    ବେଡ୍‌ରୁମ୍‌ର ରଙ୍ଗ ହାଲ୍‌କା ଗୋଲାପୀ ରହିଲେ, ରୋମାଣ୍ଟିକ୍‌ ପରିବେଶ ମିଳେ।

    ବାସ୍ତୁଶାସ୍ତ୍ର କହେ, ମହତ୍ତ୍ୱାକାଂକ୍ଷୀ ଲୋକଙ୍କ ବେଡ୍‌ରୁମ୍‌ର ଦକ୍ଷିଣ କାନ୍ଥରେ ନାରଙ୍ଗୀ ରଙ୍ଗ ଲାଗିବା ଶୁଭ। ଏହା ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। କିନ୍ତୁ କ୍ରୋଧୀ ସ୍ବଭାବର ବ୍ୟକ୍ତିଙ୍କ ପାଇଁ ଏହି ରଙ୍ଗ ବାରଣ।

    ପିଲାଙ୍କ ବେଡ୍‌ରୁମ୍‌ର ରଙ୍ଗ ଇଣ୍ଡୋଗୋ ରହିବା ଶୁଭ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହା ସେମାନଙ୍କ ଭିତରେ ବୌଦ୍ଧିକ ଓ ଆଧ୍ୟାତ୍ମିକ ଭାବନା ବୃଦ୍ଧି କରେ ବୋଲି ବିଶ୍ୱାସ କରାଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.3 ° C
    28.3 °
    28.3 °
    79 %
    1.6kmh
    100 %
    Sun
    28 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ