Saturday, April 25, 2026
27.9 C
Odisha

    ଖରାଦିନେ ଆଳୁ ଖରାପ ହେଉଛି କି? ଜାଣନ୍ତୁ ସଠିକ୍ ଷ୍ଟୋରେଜ୍ ଉପାୟ

    ଆଗକୁ ପଢନ୍ତୁ

    ଖରାଦିନ ଆରମ୍ଭ ହେବା ସଙ୍ଗେ ସଙ୍ଗେ ଘରେ ସାଧାରଣ ସମସ୍ୟା ଗୁଡ଼ିକ ପରିଲକ୍ଷିତ ହୋଇଥାଏ । ଯେମିତିକି କ୍ଷୀର ଛିଡ଼ିଯିବା ଠାରୁ ଆରମ୍ଭ କରି ପରିବା ପଚି ଗନ୍ଧହେବା ପର୍ଯ୍ୟନ୍ତ । ଏମିତିକି ପରିବା ଶୀଘ୍ର ପଚି ଗନ୍ଧ ହୋଇଥାଏ । ପରିବାକୁ ଆମେ ଷ୍ଟୋର କଲେ ଏହା ଅଧିକ ଗ୍ରୀଷ୍ମତାପ କାରଣରୁ ନଷ୍ଟ ହୋଇଯାଏ । ଏହି ପ୍ରସଙ୍ଗରେ ଆଳୁ ବିଷୟରେ ଆଲୋଚନା କରିବା । ଖରାଦିନେ ଆଳୁ ଖରାପ ହେବା ସହ ଏହା ଗନ୍ଧ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟ ପ୍ରୟୋଗ କଲେ ଏହି ସମସ୍ୟାରୁ ଆମେ ମୁକ୍ତ ହୋଇପାରିବା ଏବଂ ଆଳୁ ଆଉ ପଚି ଗନ୍ଧ ହେବନାହିଁ ।
    ଏଥିରେ କେବଳ ଆଳୁ ନଷ୍ଟ ହୋଇନଥାଏ ବରଂ ଏହି ଖରାପ ଆଳୁକୁ ଦେଖି ଦେଖି ବେଳେବେଳେ ଆମକୁ ଖାଇବାକୁ ଆଉ ଇଚ୍ଛା ମଧ୍ୟ ହୁଏନାହିଁ । ଆମେ ଜାଣନ୍ତି ଯେ ଆଳୁ ପ୍ରତ୍ୟେକ ଖାଦ୍ୟରେ ପଡ଼ିଥାଏ । ଆଳୁ ଶୀଘ୍ର ଶାଘ୍ର ଖରାପ ହେଲେ ଆମ ମୁଡ୍ ମଧ୍ୟ ଖରାପ ହୋଇଯାଇଥାଏ । ଖାସକରି ଆମେ ଯେତେବେଳେ ଆଳକୁ କିଛିଦିନ ଷ୍ଟୋର କରି ରଖିବାକୁ ଚାହିଁଥାଉ ଏହା ନଷ୍ଟ ହୋଇଯାଇଥାଏ । ସେତେବେଳେ ଏହି ସମସ୍ୟା ଆହୁରି ବଢ଼ିଯାଇଥାଏ । ଏହା ଜାଣିବା ଆବଶ୍ୟକ ଯେ ଏମିତି ବି କିଛି ଉପାୟ ଅଛି ଯାହାକୁ ଆପଣେଇଲେ ଆଳୁ ମଧ୍ୟ କିଛି ଦିନ ପାଇଁ ନପଚି ଫ୍ରେସ୍ ରହିପାରିବ । ତେବେ ଜାଣନ୍ତୁ ଆଳୁ ଅଧିକ ଦିନ ଧରି ଫ୍ରେସ ରହିବ କିପରି ?

    କେମିତି ଜାଣିବା ଯେ ଆଳୁ ଖରାପ ?
    ଯଦି ଆପଣ ଆଳୁ ଚୋପା ଦେଖି ଭାବୁଛନ୍ତି ଏହା ଖରାପ ହୋଇଯାଇଛି ଏହା ଏକ ଭୁଲ୍ ଧାରଣା ଅଟେ । ସବୁ ଚୋପା ଖରାପ ହୋଇଯାଇଥିବା ଆଳୁ ଖରାପ ହୋଇନଥାଏ । ସବୁଠୁ ଜାଣିବାର କଥା ଯେ ଆଳୁ ଭଲ ଅଛି କି ନାହିଁ । ଯାହା ଆମକୁ ଅନେକ ଚିନ୍ତାରେ ପକାଇଥାଏ । ଯଦି ଆଳୁରେ ଛୋଟ ଛୋଟ ଦାନା ରହିଥାଏ ତେବେ ଏହାକୁ ଭଲ ଭାବେ କାଟି ବ୍ୟବହାର କରିପାରିବେ । କିନ୍ତୁ ଯଦି ଦାନାର ଆକାର ବଡ଼ କିମ୍ବା ଏହା ଅତ୍ୟଧିକ ଗନ୍ଧଯୁକ୍ତ ହୋଇଥାଏ ତେବେ ତୁରନ୍ତୁ ଏହାକୁ ଫିଙ୍ଗି ଦିଅନ୍ତୁ । ଏହାକୁ ବାଦ୍ ଦେଇ ଯେଉଁ ଆଳୁ ଅତ୍ୟଧିକ ନରମ ମଧ୍ୟ ହୋଇଯାଇଥାଏ ତାହାକୁ ମଧ୍ୟ ଖାଆନ୍ତୁ ନାହିଁ । ଏହା ଆମ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ ।
    ଆଳୁକୁ ଷ୍ଟୋର ଭଲସ୍ଥାନରେ କରନ୍ତୁ । ଅତ୍ୟଧିକ ଥଣ୍ଡା ସ୍ଥାନରେ କିମ୍ବା ଅତ୍ୟଧିକ ଗରମ ସ୍ଥାନରେ ରଖନ୍ତୁ ନାହିଁ । ସବୁବେଳେ ଥଣ୍ଡା ଏବଂ ଶୁଷ୍କ ସ୍ଥାନରେ ରଖିବାକୁ ଚେଷ୍ଟା କରନ୍ତୁ । ଅତ୍ୟଧିକ ଗରମ ହେଲେ ଆଳୁ ଶୁଖିବାକୁ ଲାଗିଥାଏ । ଏଥିପାଇଁ ରୋଷେଇ ଘର ଆଲମାରୀରେ ରଖିବା ସବୁଠୁ ଭଲ ହୋଇଥାଏ । ଯଦି ଆପଣ ଆଳୁକୁ ଲମ୍ବା ସମୟ ଧରି ରଖିବାକୁ ଚାହୁଁଛନ୍ତି ତେବେ ସୂର୍ଯ୍ୟକିରଣରୁ ଦୂରେଇ ରହନ୍ତୁ ।

    ଆଳୁକୁ ଖୋଲା ସୂର୍ଯ୍ୟକିରଣରେ ରଖିଲେ ଏହା ଖରାପ ହୋଇଯାଇଥାଏ । ଆଳୁକୁ ସର୍ବଦା ଅନ୍ଧାର ,ସ୍ଥାନରେ ରଖନ୍ତୁ । ଏହା ଭଲ ରହିବ । ଆଳୁକୁ ଏମିତି ଯାଗାରେ ରଖନ୍ତୁ ଯେଉଁଥିରେ ପବନ ଯିବାଆସିବା ଭଲ ହୋଇଥିବ । ସବୁବେଳେ ପାଛିଆ କିମ୍ବା ଆଲମିରାରେ ରଖିବାକୁ ଚେଷ୍ଟା କରନ୍ତୁ । ପ୍ଲାଷ୍ଟିକ୍ ବ୍ୟାଗର ବ୍ୟବହାର କରନ୍ତୁ ନାହିଁ । କିଛି ଲୋକ ଫ୍ରିଜରେ ବି ଆଳୁକୁ ରଖନ୍ତି ଫ୍ରେସ ରହିବା ପାଇଁ । ହେଲେ ଏହା ସମ୍ପୂର୍ଣ୍ଣ ଭୁଲ ପନ୍ଥା ଅଟେ । ଫ୍ରିଜରେ ଆଳୁ ରଖିଲେ ଏହା ଖରାପ ହେବା ସହ ସ୍ବାଦହୀନ ମଧ୍ୟ ହୋଇଯାଇଥାଏ । ଯଦି ଆଳୁ କଟା ହୋଇଥାଏ ତେବେ ଏହାକୁ ପାଣିରେ ଫ୍ରିଜରେ ରଖିପାରିବେ । ଏହାକୁ ଚବିଶ ଘଣ୍ଟା ପର୍ଯ୍ୟନ୍ତ ଫେସ ହୋଇ ରହିବ ଏବଂ ଏହାକୁ ରାନ୍ଧିକି ଖାଇ ପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.9 ° C
    27.9 °
    27.9 °
    59 %
    2.4kmh
    74 %
    Sat
    28 °
    Sun
    43 °
    Mon
    44 °
    Tue
    42 °
    Wed
    40 °

    ସମ୍ବନ୍ଧିତ