Saturday, April 25, 2026
27.9 C
Odisha

    ଚାଲିବା ଅଭ୍ୟାସ ନଥିଲେ ଶରୀର ଓ ମନରେ ପଡ଼େ ଖରାପ ପ୍ରଭାବ

    ଆଗକୁ ପଢନ୍ତୁ

    ଆପଣ ଯଦି ନିୟମିତ ଚାଲିବା ବନ୍ଦ କରନ୍ତି ତେବେ ଆପଣଙ୍କ ଦେହ ଖରାପ ହେଇପାରେ । ଜାଣନ୍ତୁ ଏହାର କାରଣ କଣ ହୋଇପାରେ । ନିୟମିତ ଚାଲିବା ବା ଦୌଡ଼ିବା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରଖିଥାଏ । ଶରୀର ସୁସ୍ଥ ରହିବା ସହିତ , ମସ୍ତିଷ୍କ ମଧ୍ୟ ଭଲ ରୁହେ । କେବଳ ତାହା ନୁହେଁ ଆପଣଙ୍କ ମନ ଭଲ ରହିଥାଏ । ସବୁଦିନ ଚାଲିବା ସବୁଠାରୁ ସହଜ ଉପାୟ ହେଉଛି ଶରୀରକୁ ସୁସ୍ଥ ରଖିବାର । ତେଣୁ ଆପଣ କିଛି ଦିନ ଚାଲିବା ଦରକାର । ବିଶେଷଜ୍ଞ କହିବା ଅନୁସାରେ , ଚାଲିବା ହେଉଛି ସବୁଠାରୁ ସହଜ ବାଟ । ଆଜିକାଲି ଆମେ ଅଧିକ ସମୟ ବସି ରହୁଛୁ ଓ ହାଟିବା କମ କରୁଛୁ। କିନ୍ତୁ ଡାକ୍ତରମାନେ କହୁଛନ୍ତି, ନିୟମିତ ହାଟିବା ନ କଲେ ଶରୀର ଓ ମନ ଦୁହିଁଟି ଖରାପ ହୋଇପାରେ। ନ କଲେ ହୃଦରୋଗ, ସୁଗର (ଡାୟାବେଟିସ) ଭଳି ରୋଗର ବଢ଼ିଯାଏ। ଶରୀର ଧୀରେ ଧୀରେ ଦୁର୍ବଳ ହୋଇଯାଏ ଓ ମୋଟାପଣ ମଧ୍ୟ ବଢ଼ିପାରେ।ଏହା ସହ ମନରେ ମଧ୍ୟ ପ୍ରଭାବ ପଡ଼େ। ଅଧିକ ସମୟ ବସି ରହିଲେ ଟେନ୍ସନ, ଚିନ୍ତା ଭାବ ବଢ଼ିଯାଏ । ଚାଲିବା ମନକୁ ହାଲୁକା ଓ ଖୁସି ରଖେ । ଚାଲିବା ନ କଲେ ଶରୀର ଗଡ଼ିଆ ହୋଇଯାଏ, ହାଡ଼ ଦୁର୍ବଳ ହୁଏ ଓ ଦୈନନ୍ଦିନ କାମ କରିବାକୁ ମଧ୍ୟ ଅସୁବିଧା ହୁଏ। ଦୀର୍ଘ ସମୟରେ ସ୍ମୃତି ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିପାରେ ।
    ତେଣୁ ବିଶେଷଜ୍ଞଙ୍କ ମତରେ ଚାଲିବା ଦରକାର , ଦିନକୁ ଅତି କମରେ ୧୫-୨୦ ମିନିଟ ହାଟିବା ଅଭ୍ୟାସ କରନ୍ତୁ। ଏହା ଆପଣଙ୍କୁ ସୁସ୍ଥ ଓ ଖୁସି ରଖିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.9 ° C
    27.9 °
    27.9 °
    59 %
    2.4kmh
    74 %
    Sat
    28 °
    Sun
    43 °
    Mon
    44 °
    Tue
    42 °
    Wed
    40 °

    ସମ୍ବନ୍ଧିତ