Friday, October 9, 2026
24.1 C
Odisha

    ଖୁବ୍ ଶୀଘ୍ର ଉପରାଷ୍ଟ୍ରପତିଙ୍କ ଭବନ ଖାଲି କରିବେ ଜଗଦୀପ ଧନଖଡ଼

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ହଠାତ୍ ଇସ୍ତଫାକୁ ନେଇ ରାଜନୈତିକ ଭୂକମ୍ପ ସୃଷ୍ଟି ହୋଇଛି। ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାରେ ନିୟମିତ କାର୍ଯ୍ୟ ଦିବସ ପରେ ୭୪ ବର୍ଷୀୟ ଧନଖଡ଼ ସୋମବାର ଆଶ୍ଚର୍ଯ୍ୟଜନକ ଭାବେ ଇସ୍ତଫା ଦେଇଥିଲେ। ବିରୋଧୀ ଦଳ ସଦସ୍ୟମାନେ ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ବିଜେପିକୁ ସ୍ପଷ୍ଟୀକରଣ ମାଗିଛନ୍ତି। ତେବେ ଏହି ଇସ୍ତଫା ପରେ ଧନଖଡ଼ ଖୁବ୍ ଶୀଘ୍ର ଉପରାଷ୍ଟ୍ରପତିଙ୍କ ଭବନ ଖାଲି କରିବାକୁ ଯାଉଛନ୍ତି ବୋଲି ସୂଚନା ରହିଛି। ସୂତ୍ର ଅନୁଯାୟୀ, ପୂର୍ବତନ ଉପରାଷ୍ଟ୍ରପତି ତାଙ୍କ ଇସ୍ତଫା ଦେବା ଦିନ ରାତିରେ ଘର ଛାଡ଼ିବା ପାଇଁ ଜିନିଷପତ୍ର ସଜାଡ଼ିବା ଆରମ୍ଭ କରି ଦେଇଥିଲେ।

    ସୂତ୍ରରୁ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ଅନେକ ବିରୋଧୀ ଦଳର ନେତା ଧନକଡ଼ଙ୍କୁ ସାକ୍ଷାତ କରିବାକୁ ସମୟ ମାଗିଥିଲେ। ମାତ୍ର ସେମାନଙ୍କୁ ଦେଖା କରିବା ପାଇଁ ଅନୁମତି ଏଯାଏ ମିଳିନାହିଁ।

    ଉଲ୍ଲେଖଯୋଗ୍ୟ, ଇସ୍ତଫା ପଛର କାରଣ ନେଇ ନାନା କଳ୍ପନାଜଳ୍ପନା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏକ ସଂକ୍ଷିପ୍ତ ବିଦାୟ ବାର୍ତ୍ତା ଦେଇଛନ୍ତି। ଶ୍ରୀ ଧନଖଡ଼ଙ୍କୁ ଭାରତର ଉପରାଷ୍ଟ୍ରପତି ସମେତ ବିଭିନ୍ନ ପଦପଦବିରେ ଦେଶସେବା କରିବାର ଅନେକ ସୁଯୋଗ ମିଳିଛି। ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି। ତେବେ ସେ ତାଙ୍କ ସ୍ବାସ୍ଥ୍ୟ କାରଣରୁ ଇସ୍ତଫା ଦେଉଥିବା ମୋଦୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    83 %
    0.8kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ