Monday, September 28, 2026
30.3 C
Odisha

    ଗେଣ୍ଡୁ ଫୁଲ ଚାଷକରି ଲକ୍ଷପତି ହୋଇଛନ୍ତି ଉର୍ମିଳା, ଗାଁ ମହିଳା ବି ହେଉଛନ୍ତି ଆତ୍ମ ନିର୍ଭରଶୀଳ

    ଆଗକୁ ପଢନ୍ତୁ

    ରେଢ଼ାଖୋଲ: ଲକ୍ଷପତି କରିଛି ଗେଣ୍ଡୁ ଫୁଲ ଚାଷ । ଗାଁ ମହିଳାଙ୍କୁ କରିଛି ଆତ୍ମ ନିର୍ଭରଶୀଳ । ଗେଣ୍ଡୁ ଫୁଲ ଚାଷକରି ଜଣେ ମହିଳା ହୋଇଛନ୍ତି ଲକ୍ଷପତି । ମିଶନ ଶକ୍ତି ଦେଖାଇଛି ବଞ୍ଚିବାର ରାହା । ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ବଂଶାଜାଲ ପଞ୍ଚାୟତ ରତ୍ନାବଡମାଳ ଗାଁର ସଫଳ ଫୁଲ ଚାଷୀ ଉର୍ମିଳା ନାଏକ ଏକର ଏକର ଜମିରେ ବିଭିନ୍ନ ପ୍ରକାର ପନିପରିବା, ଆଳୁ, ରଶୁଣ, ପିଆଜ, ଟମାଟୋ, ବାଇଗଣ, ମକା ସହ ଛତୁ ଚାଷ କରୁଥିବା ବେଳେ କିଛି ମାସ ପୂର୍ବେ ଗେଣ୍ଡୁ ଫୁଲ ଚାଷ କରିବାକୁ ମନ ବଳାଇ ଥିଲେ । ଉଦ୍ୟାନ ବିଭାଗରୁ ଫୁଲ ଚାରା ଆଣି ନିଜ ଜମିରେ ଲଗାଇଥିଲେ । ପ୍ରତିଦିନ ନିଜ ଘରର ଦୈନନ୍ଦିନ କାମସାରି କିଛି ସମୟ ଫୁଲ ଚାଷରେ ନିଜକୁ ନିୟୋଜିତ କରନ୍ତି ଉର୍ମିଳା । ସ୍ୱାମୀ ମଧ୍ୟ କାମରେ ସାହାଯ୍ୟ କରିଥାନ୍ତି । ଏହା ବ୍ୟତୀତ କିଛି ଲୋକଙ୍କୁ ମଧ୍ୟ ନିଜ ଫୁଲ ଚାଷରେ ନିୟୋଜିତ କରି ପାରିଶ୍ରମିକ ଦେଇଥାନ୍ତି । ମାତ୍ର ୪ ମାସ ମଧ୍ୟରେ ଉର୍ମିଳା ଫୁଲ ଚାଷରୁ ଲକ୍ଷାଧିକ ଟଙ୍କା ରୋଜଗାର କରି ସାରିଥିବା ଜଣାପଡିଛି ।

    ପ୍ରତି ଦିନ ବଗିଚାରୁ ୨୫ରୁ ୩୦ କିଲୋ ଗେଣ୍ଡୁ ଫୁଲ ତୋଳିବା ସହିତ ୨୦ରୁ ୩୦ କିଲୋ ଛତୁ ମଧ୍ୟ ତୋଳୁଛନ୍ତି । ଗେଣ୍ଡୁ ଫୁଲ କିଲୋ ପ୍ରତି ୬୦ଟଙ୍କାରେ ବିକ୍ରି କରୁଛନ୍ତି ଉର୍ମିଳା । ରେଢାଖୋଲ ଓ ଆଖପାଖ ଅଞ୍ଚଳର ବ୍ୟବସାୟୀମାନେ ଆସି ବଗିଚାରୁ ଫୁଲ କିଣି ନେଉଛନ୍ତି । ଛତୁକୁ ପ୍ରତିଦିନ ରେଢାଖୋଲ ସାପ୍ତାହିକ ବଜାରକୁ ବିକ୍ରି କରି ନିଅନ୍ତି ଉର୍ମିଳାଙ୍କ ସ୍ୱାମୀ । ସବୁ ଖର୍ଚ୍ଚ ଗଲା ପରେ ଭଲ ରୋଜଗାର ହେଉଛି ବୋଲି ଉର୍ମିଳା କହିଛନ୍ତି ।

    ଉର୍ମିଳାଙ୍କ ଏହି ଫୁଲ ଚାଷ ସହିତ ବିଭିନ୍ନ ପ୍ରକାର ପନିପରିବା ଏବଂ ଛତୁ ଚାଷ ଅନ୍ୟ ମାନଙ୍କୁ ପ୍ରେରଣା ଦେଇଛି । ପୂର୍ବରୁ କେବଳ ପନିପରିବା ଚାଷ କରୁଥିଲେ । ମିଶନ ଶକ୍ତିରୁ କିଛି ଟଙ୍କା ଆଣି ପ୍ରଥମ ଥର ପାଇଁ ଗେଣ୍ଡୁ ଚାଷ ଏବଂ ଛତୁ ଚାଷ କରିଛନ୍ତି । ଏହି ଚାଷରେ କମ ଖର୍ଚ୍ଚ ଓ ଅଧିକ ଲାଭ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ