Monday, April 27, 2026
35.5 C
Odisha

    ଗୋଟେ ଫଟୋ ଉଠାଇବାକୁ ୧୦୦ ଟଙ୍କା ନେବି, କୁନି ଫ୍ୟାନ୍ସଙ୍କୁ ଏମିତି କହିଲେ ବୈଭବ ସୂର୍ଯ୍ୟବଂଶୀ

    ଆଗକୁ ପଢନ୍ତୁ

    ରାଜସ୍ଥାନ ରୟାଲ୍ସର ଷ୍ଟାର ଓପନର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ଆଇପିଏଲରେ ଦମଦାର ରହିଛି । ତାଙ୍କର ଜବରଦସ୍ତ ବ୍ୟାଟିଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହାରି ଭିତରେ ବୈଭବଙ୍କ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଏୟାରପୋର୍ଟରେ ବୈଭବ ଦୁଇ ଫ୍ୟାନ୍ସ ସହିତ ଫଟୋ ପାଇଁ ୧୦୦ ଟଙ୍କା ନେବାକୁ କହୁଥିଲେ । ଏଥିରେ ବୈଭବ ଗୋଟିଏ ଫଟୋ ଉଠାଇବା ପାଇଁ ୧୦୦ ଟଙ୍କା ଚାର୍ଜ କରୁଥିଲେ । ବୈଭବ ମଜାକରେ ଫ୍ୟାନ୍ସଙ୍କୁ କହୁଥିବାର ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ରାଜସ୍ଥାନ ରୟାଲ୍ସ ନିଜ ସୋସିଆଲ ମିଡିଆ ପେଜରେ ପକାଇଛି ।

    ବୈଭବ ଏୟାରପୋର୍ଟରେ ଯାଉଥିବା ବେଳେ ଦୁଇଜଣ ପିଲା ବୈଭବଙ୍କ ପାଖକୁ ଆସି ଫଟୋ ଉଠାଇବାକୁ ଆସିଥିଲେ । କିନ୍ତୁ ବୈଭବ ତାଙ୍କୁ ମାଗଣାରେ ନୁହେଁ ବରଂ ଗୋଟେ ଫଟୋକୁ ୧୦୦ ଟଙ୍କା ଲାଗିବ ବୋଲି କହିଥିଲେ । ଏହାପରେ ଫ୍ୟାନ୍ସ ୨୦୦ ଟଙ୍କା ଧରି ଫଟୋ ଉଠାଇବାକୁ ଯାଇଥିଲେ, ସେତେବେଳେ ବୈଭବ ମଜାକରେ କରୁଥିଲେ ବୋଲି ଫ୍ୟାନ୍ସଙ୍କୁ କହିଥିଲେ । ଆଉ ଏହାପରେ ଫ୍ୟାନ୍ସଙ୍କ ସହିତ ଫଟୋ ଉଠାଇଥିଲେ ।

    ବୈଭବ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ୩୬ ବଲରେ ୧୦୦ କରିଥିଲେ । ଏହା ତାଙ୍କର ଚଳିତ ସିଜିନର ଦ୍ବିତୀୟ ଶତକ । ଏହା ଟୁର୍ଣ୍ଣାମେଣ୍ଟ ଇତିହାସରେ ୩ୟ ଦ୍ରୁତ ଶତକ । ବୈଭବ ଚଳିତ ଆଇପିଏଲ ସିଜିନରେ ୮ଟି ମ୍ୟାଚରେ ୩୫୭ ରନ୍ କରିଛନ୍ତି । ଏହି ସିଜିନରେ ୩୧ ଚଉକା ଏବଂ ୩୨ ଛକା ମାରିଛନ୍ତି । ତାଙ୍କର ଷ୍ଟ୍ରାଇକ ରେଟ୍ ୨୩୪.୮୭ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.5 ° C
    35.5 °
    35.5 °
    22 %
    2.7kmh
    35 %
    Mon
    38 °
    Tue
    41 °
    Wed
    44 °
    Thu
    43 °
    Fri
    42 °

    ସମ୍ବନ୍ଧିତ