କଳାଜିରା ପରି କଳାଜିରା ତେଲର ବ୍ୟବହାର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କଳାଜିରା ତେଲରେ ପ୍ରୋଟିନ୍, ସୋଡିୟମ୍, ଆଇରନ୍, କ୍ୟାଲସିୟମ୍, ପୋଟାସିୟମ୍ ଏବଂ ଫାଇବର ପରି ଉପାଦାନଗୁଡ଼ିକ ପ୍ରଚୁର ପରିମାଣରେ ଥାଏ। ଯାହା ଓଜନ ହ୍ରାସ କରିବା ଠାରୁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେବେ କଳାଜିରା ତେଲର ଲାଭଦାୟକ ଗୁଣ ବିଷୟରେ ଆସନ୍ତୁ ଜାଣିବା ।
ମଧୁମେହ ପାଇଁ ଲାଭକାରୀ : ମଧୁମେହ ରୋଗୀଙ୍କ ପାଇଁ କଳାଜିରା ତେଲର ବ୍ୟବହାର ମଧ୍ୟ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ମଧୁମେହ ରୋଗୀମାନେ କଳା ଚା ସହିତ କଳାଜିରା ତେଲ ପିଇପାରିବେ । ସକାଳେ ଭୋଜନ ପୂର୍ବରୁ ଏବଂ ରାତ୍ରୀର ଭୋଜନ ପରେ ଅଧା ଚାମଚ କଳାଜିରା ତେଲରେ ମିଶ୍ରିତ କଳା ଚା ପିଇବା ଉଚିତ ।
ହଜମ କରେ : କଳାଜିରା ତେଲର ସେବନ ହଜମ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ୧ ଚାମଚ କଳାଜିରା ତେଲ ଏବଂ କଳା ଲୁଣକୁ ୧ ଗ୍ଲାସ ଉଷୁମ ପାଣିରେ ମିଶାଇ ପିଇବା ଦ୍ୱାରା ହଜମ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
ରକ୍ତଚାପ ପାଇଁ ଲାଭକାରୀ : ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ କଳାଜିରା ତେଲ ସେବନ ମଧ୍ୟ କରିପାରିବେ । ଏଥିପାଇଁ ୧ କପ୍ ଚା’ରେ ଅଧା ଚାମଚ କଳାଜିରା ତେଲ ମିଶାଇ ଦିନକୁ ଦୁଇଥର ପିଇବା ଦ୍ୱାରା ରକ୍ତଚାପରୁ ଲାଭ ମିଳିଥାଏ ।
ଆଖି ପାଇଁ ଲାଭଦାୟକ : କଳାଜିରା ତେଲର ବ୍ୟବହାର ମଧ୍ୟ ଆଖି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ୧ କପ ଗାଜର ରସ ନେଇ ସେଥିରେ ଅଧା ଚାମଚ କଳାଜିରା ତେଲ ମିଶାଇ ଏହାକୁ ସକାଳେ ଏବଂ ସନ୍ଧ୍ୟାରେ ନିୟମିତ ପିଇବା ଦ୍ୱାରା ଆଖି ସୁସ୍ଥ ରହେ। ବୃଦ୍ଧାବସ୍ଥାରେ ଏହା ଆଖି ସମସ୍ୟା ଦୂର କରିଥାଏ ।
ଓଜନ ହ୍ରାସ କରେ : ଓଜନ ହ୍ରାସ ପାଇଁ ଆପଣ କଳାଜିରା ତେଲ ମଧ୍ୟ ସେବନ କରିପାରିବେ। ଓଜନ ହ୍ରାସ ପାଇଁ ଲେମ୍ବୁ ପାଣିରେ କଳାଜିରା ତେଲ ମିଶାଇ ପିଅନ୍ତୁ ।ଏହାକୁ ଖାଲି ପେଟରେ ପିଇବା ଦ୍ୱାରା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।
କେଶ ପାଇଁ ଲାଭକାରୀ : ଏହିସବୁ ବ୍ୟତୀତ କେଶ ପାଇଁ କଳାଜିରା ତେଲ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ଯଦି ଆପଣଙ୍କର କେଶ ଝଡିବା ସମସ୍ୟା ରହିଥାଏ ତେବେ କଳାଜିରା ତେଲକୁ ନଡିଆ ତେଲରେ ଫୁଟାଇ ଲଗାନ୍ତୁ । ଏପରି କରିବା ଦ୍ୱାରା କେଶ ଝଡିବା ସମସ୍ୟା କମ୍ ହେବା ସହ କେଶ ମଜବୁତ ହୋଇଥାଏ ।
ରକ୍ତହୀନତା ଦୂର କରେ : ଏହି ତେଲ ରକ୍ତହୀନତା ପାଇଁ ଏକ ଉତ୍ତମ ଉତ୍ସ । ଏହାର ସେବନ କରିବା ଦ୍ୱାରା ରକ୍ତହୀନତା ପରି ସମସ୍ୟା ଦୂର ହୋଇଥାଏ ।
ଚର୍ମ ପାଇଁ ଲାଭଦାୟକ : ମୁହଁରେ କଳା ଜିରା ତେଲ ଲଗାଇବା ଦ୍ୱାରା ମୁହଁ ଗ୍ଲୋ କରିବା ସହ ଦାଗ ଦୂର ହୁଏ । ଏହା ବ୍ରଣ ପାଇଁ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ । ଯଦି ଆପଣଙ୍କର ବ୍ରଣ ଦାଗ ଅଛି ତେବେ ଆପଣ ଏହି ତେଲ ବ୍ୟବହାର କରିପାରିବେ ।
