Sunday, October 11, 2026
22.8 C
Odisha

    ଚାମ୍ପିଅନ୍ସ ଟ୍ରଫିରେ ଭାରତର ବିଜୟ ଉତ୍ସବ ପାଳନ ବେଳେ ମାଉରେ ହିଂସା

    ଆଗକୁ ପଢନ୍ତୁ

    ମାଉ/ଇନ୍ଦୋର: ଗତକାଲି ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଭାରତର ବିଜୟରେ ଉତ୍ସବ ପାଳନ କରୁଥିବା ଘଟଣାକୁ ନେଇ ମଧ୍ୟପ୍ରଦେଶର ମାଉ ସହରରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଛି। ଇନ୍ଦୋର ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ୍‌ ଆଶିଷ ସିଂହ କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ପୁଲିସ ମୁତୟନ କରାଯାଇଛି। ଉତ୍ତେଜନାସୃଷ୍ଟିକାରୀଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ)ରେ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୪ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଆକ୍ରମଣକାରୀଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ। ସେମାନଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଡିଆଇଜି ନିମିଷ ଅଗ୍ରୱାଲ୍‌ କହିଛନ୍ତି, ଗତକାଲି ରାତିରେ ଗୋଟିଏ ଗୋଷ୍ଠୀ ବିଜୟ ଉତ୍ସବ ପାଳନ କରୁଥିଲେ। ମୋଟରସାଇକଲରେ ସହର ପରିକ୍ରମା କରିବା ସମୟରେ ଜାମା ମସ୍‌ଜିଦ୍‌ ଠାରେ ସେମାନଙ୍କ ଉପରକୁ କେତେକ ମୁସଲିମ ଯୁବକ ଟେକାପଥର ଫିଙ୍ଗିଥିଲେ। ଫଳରେ ଶୋଭାଯାତ୍ରାରେ ଯାଉଥିବା ଲୋକମାନେ ଭୟରେ ମୋଟରସାଇକଲ ଆଦି ଛାଡ଼ି ପଳାଇଥିଲେ। ଛାଡ଼ିପଳାଇଥିବା ମୋଟରସାଇକଲ ଆଦିକୁ ଆକ୍ରମଣକାରୀମାନେ ନିଆଁ ଲଗାଇଦେଇଥିଲେ। ସହରର ୪ଟି ସ୍ଥାନରେ ଅନୁରୂପ ଭାବେ ପୋଡ଼ାଜଳା ଓ ଭଙ୍ଗାରୁଜା ହୋଇଛି। ଘଟଣାରେ ୪ ଜଣ ଆହତ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ