Thursday, October 15, 2026
26.4 C
Odisha

    ଛତିଶଗଡ଼ର ସମସ୍ତ ୧୦ ନଗର ନିଗମ ପୋଛିନେଲା ବିଜେପି

    ଆଗକୁ ପଢନ୍ତୁ

    ରାୟପୁର: ଛତିଶଗଡ଼ର ନଗର ନିଗମ ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଛି। ରାଜ୍ୟର ସମସ୍ତ ୧୦ଟି ମହାନଗର ନିଗମ ମେୟର ନିର୍ବାଚନରେ ଦଳ ବିଜୟୀ ହୋଇଛି। ଏହା ସହିତ ୩୫ ପୌରପାଳିକା ଏବଂ ୮୧ ନଗର ପଞ୍ଚାୟତରେ ମଧ୍ୟ ବିଜେପି ବାଜି ମାରିଛି। ସବୁଠାରୁ ବଡ଼ ବିଜୟ ରାୟପୁରରେ ମୀନାଲ ଚୌବେଙ୍କୁ ମିଳିଛି। ଚୌବେ ଦୀପ୍ତି ଦୁବେଙ୍କୁ ୧ ଲକ୍ଷ ୫୩ ହଜାରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି। ରାୟପୁର ମହାନଗର ନିଗମରେ ଏହା ହେଉଛି ସବୁଠାରୁ ବଡ଼ ବିଜୟ। ୧୫ ବର୍ଷ ଧରି ସେ ରାୟପୁରର କଂଗ୍ରେସ ମେୟର ଥିଲେ। ଏହାବ୍ୟତୀତ ଦୁର୍ଗ, ରାଜନାନ୍ଦଗାଓଁ, ବିଳାସପୁର, ଜଗଦଲପୁର, ଅମ୍ବିକାପୁର, ରାୟଗଡ ଓ ଚିରମିରି ମହାନଗର ନିଗମ ନିର୍ବାଚନରେ ବିଜେପି ବିଜୟୀ ହୋଇଛି। ରାଜ୍ୟରେ ବିଜେପି ପ୍ରତି ଲୋକେ ପୁଣି ପୂର୍ଣ୍ଣ ଭରସା ପ୍ରକଟ କରିଥିବାରୁ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି।
    ରାଜନନ୍ଦଗାଓଁ ମହାନଗର ନିଗମରେ ମେୟର ପଦ ପାଇଁ ହୋଇଥିବା ନିର୍ବାଚନରେ ବିଜେପିର ମଧୁସୂଦନ ଯାଦବ ବିଜୟୀ ହୋଇଛନ୍ତି । ଏହି ନିର୍ବାଚନରେ ଯାଦବକୁ ମୋଟ ୬୨ ହଜାର ୫୧୭ ଭୋଟ୍ ମିଳିଥିଲା। ସେହିପରି କଂଗ୍ରେସ ପ୍ରାର୍ଥୀ ନିଖିଲ ଦ୍ୱିବେଦୀଙ୍କୁ ମୋଟ ୨୧ ହଜାର ୩୭୯ ଭୋଟ୍ ମିଳିଛି। ବିଜେପିପ୍ରାର୍ଥୀ ଯାଦବ କଂଗ୍ରେସ ପ୍ରାର୍ଥୀ ଦ୍ୱିବେଦୀଙ୍କୁ ୪୧,୧୩୮ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ମୁକାବିଲା ହୋଇଥିଲା। ମଧୁସୂଦନ ଯାଦବ ଅତୀତରେ ସାଂସଦ ଓ ମେୟର ମଧ୍ୟ ଥିଲେ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାନସଭା ବାଚସ୍ପତି ଡକ୍ଟର ରମଣ ସିଂହଙ୍କ ଘନିଷ୍ଠ ବୋଲି ବିବେଚନା କରାଯାଏ। ଆଜି ନିର୍ବାଚନ ଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟବାସୀଙ୍କ ସମର୍ଥନ ବିଜେପିକୁ ପୁଣି ଥରେ ଐତିହାସିକ ସଫଳତା ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.4 ° C
    26.4 °
    26.4 °
    86 %
    1.3kmh
    75 %
    Thu
    24 °
    Fri
    29 °
    Sat
    30 °
    Sun
    24 °
    Mon
    26 °

    ସମ୍ବନ୍ଧିତ