Friday, October 2, 2026
24.8 C
Odisha

    ଜନ୍ମଦାତ୍ରୀଙ୍କୁ ପିଟିପିଟି ମାରିଦେଲା ପୁଅ

    ଆଗକୁ ପଢନ୍ତୁ

    ମା’ର ପରକୀୟା ପ୍ରୀତି ହେଲା କାଳ। ଲୁଚିଛପି ପ୍ରେମ କରୁଥିବା ମା’ ଉପରେ ଅନେକ ଦିନ ଆଗରୁ ପୁଅର ସନ୍ଦେହ ଥିଲା। ଆଖି ସାମ୍ନାରେ ଦେଖିଲା ପରେ ଏହାକୁ ସହ୍ୟ କରିପାରି ନଥିଲା ପୁଅ। ମୁଣ୍ଡରେ ପୀତ ଚଢ଼ିବାରୁ ଏକ କାଠଫାଳିଆରେ ପିଟିପିଟି ମାରିଦେଲା। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧୀନ ବାଘମରା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଗିରଫ କରିଛି। ସୂଚନା ମୁତାବକ ବୁଧବାର ଅପରାହ୍ନରେ ବାଘମରା ଗ୍ରାମର ବିଧବା କଙ୍କିମଣି ସିଂ (୪୫)ଉକ୍ତ ଗ୍ରାମର ବାୟା ନାମକ ଏକ ଯୁବକଙ୍କ ସହିତ କଥାବାର୍ତ୍ତା ହେଉଥିବା ବେଳେ ସାନପୁଅ ଦୁର୍ଗା ସିଂ (୨୪)ଦେଖିଥିଲା। ମା’ ଓ ବାୟା ଏକାଠି ଥିବାରୁ ପୁଅ ଏହାକୁ ପାପ ସଂପର୍କ ବୋଲି ସନ୍ଦେହ କରିଥିଲା। ଫଳରେ ସେ ହିତାହିତ ଜ୍ଞାନ ହରାଇ ଘରେ ପଡ଼ିଥିବା ଏକ କାଠଫାଳିଆରେ ପିଟିପିଟି ନିଜ ମା’କୁ ମାରିଦେଇଥିଲା।ଘଟଣା ସଂପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଅବଗତ ହେଲା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି। ନୀଳଗିରି ଏସଡିପିଓ ପ୍ରମୋଦ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପରକୀୟା ପ୍ରୀତିରେ ଲିପ୍ତ ଥିବା ଯୁବକଙ୍କୁ ଖୋଜିବା ଆରମ୍ଭ କରିଛି। ଏହି ଅପ୍ରୀତିକର ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    1.3kmh
    97 %
    Fri
    24 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ