Tuesday, March 24, 2026
24.7 C
Odisha

    ଜାଣନ୍ତୁ ଭାରତରେ କେଉଁ ବୟସର କେତେ ଲୋକ ଅଛନ୍ତି

    ଆଗକୁ ପଢନ୍ତୁ

    ଭାରତରେ ଶେଷଥର ଜନଗଣନା ୨୦୧୧ରେ ହୋଇଥିଲା | ସେତେବେଳେ ଚୀନ୍ ପରେ ଭାରତ ଦ୍ୱିତୀୟ ଜନସଂଖ୍ୟା ବିଶିଷ୍ଟ ଦେଶ ଥିଲା ଏବଂ ଦେଶର ଜନସଂଖ୍ୟା ୧୨୧ କୋଟି ଥିଲା । ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (UNFPA) ଭାରତର ସର୍ବଶେଷ ଜନସଂଖ୍ୟା ରିପୋର୍ଟ ପ୍ରକାଶ କରିଛି। ଯାହା ଅନୁଯାୟୀ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇପାରିଛି। ଭାରତର ଜନସଂଖ୍ୟା ୧୪୪ କୋଟିରେ ପହଞ୍ଚିଛି। ଏଥିରେ ୨୪ପ୍ରତିଶତ ଜନସଂଖ୍ୟା ଶୂନରୁ ରୁ ୧୪ ବର୍ଷ ତଳେ ରହିଛି | ଏହି ରିପୋର୍ଟରେ ମଧ୍ୟ ଆକଳନ କରାଯାଇଛି ଯେ ଆସନ୍ତା ୭୭ ବର୍ଷରେ ଭାରତର ଜନସଂଖ୍ୟା ଦ୍ୱିଗୁଣିତ ହେବ। ଜନସଂଖ୍ୟା ସହିତ ଏହି ରିପୋର୍ଟରେ ନବଜାତ ଶିଶୁର ମୃତ୍ୟୁ, ମହିଳାଙ୍କ ସ୍ଥିତି ଏବଂ LGBTQ ଇତ୍ୟାଦି ବିଷୟରେ ମଧ୍ୟ ତଥ୍ୟ ଦିଆଯାଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଭାରତରେ ମାତୃ ମୃତ୍ୟୁହାର ବହୁତ କମ ରହିଛି ।

    ତଥ୍ୟ ଅନୁସାରେ କେଉଁ ବୟସର କେତେ ଲୋକ ?

    ଭାରତର ୧୪୪.୧୭ କୋଟି ଜନସଂଖ୍ୟା ମଧ୍ୟରୁ ୨୪ପ୍ରତିଶତ ଶୂନରୁ ୧୪ ବର୍ଷ ବୟସରେ ଥିବାବେଳେ ୧୭ ପ୍ରତିଶତ ୧୦ରୁ୧୯ ବର୍ଷ ବୟସରେ ଅଛନ୍ତି। କେବଳ ଏତିକି ନୁହେଁ, ୧୦ରୁ୨୪ ବର୍ଷ ବୟସ ବର୍ଗରେ ମଧ୍ୟ ଭାରତରେ ୨୬ ପ୍ରତିଶତ ଥିବାବେଳେ ୧୫ରୁ୬୪ ବର୍ଷ ବୟସରେ ସର୍ବାଧିକ ୬୮ ପ୍ରତିଶତ ରହିଛି। ଏହା ବ୍ୟତୀତ ଭାରତର ଜନସଂଖ୍ୟାର ୭ ପ୍ରତିଶତ ୬୫ ବର୍ଷ ଏବଂ ତଦୁର୍ଦ୍ଧ୍ୱ, ଯେଉଁଥିରେ ପୁରୁଷଙ୍କ ଆୟୁ ୭୧ ବର୍ଷ ଏବଂ ମହିଳାଙ୍କ ବୟସ ୭୪ ବର୍ଷ ଅଟେ।

    ମାତୃ ମୃତ୍ୟୁହାର ଭାରତରେ କମିଛି !

    ରିପୋର୍ଟରେ କୁହାଯାଇଛି ଯେ ଭାରତରେ ମାତୃ ମୃତ୍ୟୁହାର ଯଥେଷ୍ଟ ହ୍ରାସ ପାଇଛି। ଯାହାକି ବିଶ୍ୱରେ ମାତ୍ର ୮ ପ୍ରତିଶତ ଅଟେ | ଭାରତରେ ଏହି ସଫଳତାର ଶ୍ରେୟ ଜନସାଧାରଣଙ୍କୁ ସୁଲଭ ତଥା ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ତଥା ଲିଙ୍ଗଗତ ଭେଦଭାବ ହ୍ରାସ କରିବା ପାଇଁ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି । ୟୁଏନଏଫପିଏ ​​ଗ୍ଲୋବାଲ ଜନସ୍ୱାସ୍ଥ୍ୟ ରିପୋର୍ଟକୁ ଦର୍ଶାଇ କହିଛି ଯେ ଏହି ସର୍ଭେରୁ ଜଣାପଡିଛି ଯେ ଭାରତର ୬୪୦ ଟି ଜିଲ୍ଲାର ଏକ ତୃତୀୟାଂଶ ମାତୃ ମୃତ୍ୟୁହାରକୁ ହ୍ରାସ କରିବା ପାଇଁ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    68 %
    2.6kmh
    0 %
    Tue
    25 °
    Wed
    38 °
    Thu
    38 °
    Fri
    41 °
    Sat
    40 °

    ସମ୍ବନ୍ଧିତ