Sunday, October 18, 2026
29 C
Odisha

    ଜାପାନରେ ୭.୧ ତୀବ୍ରତାଯୁକ୍ତ ଭୂମିକମ୍ପ

    ଆଗକୁ ପଢନ୍ତୁ

    ଟୋକିଓ  : ଜାପାନର କୁମାମୋଟୋର କ୍ୟୁଶୁ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୧ ବୋଲି ଜଣାପଡ଼ିଛି। ଜାପାନ ପାଣିପାଗ ସଂସ୍ଥା ତରଫରୁ ସୁନାମି ସତର୍କତା ଜାରି କରାଯାଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ କୁମାମୋଟୋ ସହରରୁ ଦକ୍ଷିଣରେ ଥିବା ଉକି ସହରର ଭୂପୃଷ୍ଠର ୧୦ କିଲୋମିଟର ଗଭୀରତାରେ ଥିଲା। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଅନେକ ଘର ଥରି ଉଠିଥିଲା। ଏହି ଭୂମିକମ୍ପରେ ଏକ ସପିଙ୍ଗ୍ ମଲ୍‌ ଭୁଶୁଡି ପଡିଥିବାବେଳେ ଏହା ମଧ୍ୟରେ ଅନେକ ଲୋକ ଚାପି ହୋଇ ପ୍ରାଣ ହରାଇଥିବା ଆଶଙ୍କା କରାଯାଇଛି। ରିପୋର୍ଟ ଅନୁଯାୟୀ ଆଏନ ନାମକ ସପିଙ୍ଗ୍‌ ମଲ୍‌ରେ ବିସ୍ଫୋରଣ ହେବା ପରେ ଭୁଶୁଡି ପଡିଥିଲା। ଏ ସମ୍ପର୍କରେ ଜାପାନ ପ୍ରଧାନମନ୍ତ୍ରୀ କହିଛନ୍ତି ଭୂମିକମ୍ପରେ ହୋଇଥିବା କ୍ଷୟକ୍ଷତିର ଆକଳନ ଏବଂ ପୀଡ଼ିତଙ୍କୁ ସହାୟତା ପାଇଁ ଏକ ଟାସ୍କ ​​‌ଫୋର୍ସ ଗଠନ କରାଯାଇଛି। ଜନସାଧାରଣ କୌଣସି ଗୁଜବରେ ବିଶ୍ବାସ ନ କରି ସରକାରୀ ସୂଚନାକୁ ଗୁରୁତ୍ବର ସହ ନେବାକୁ ସେ ପରାମର୍ଶ ଦେଇଛନ୍ତି। କୁମାମୋଟୋର ଅନ୍ୟ ସହରଗୁଡ଼ିକ ସହିତ ପଡ଼ୋଶୀ ଅଞ୍ଚଳ ନାଗାସାକି, କାଗୋଶିମା, ଫୁକୁଓକା, ସାଗା ଏବଂ ମିଆଜାକିରେ ମଧ୍ୟ ୫ କିମ୍ବା ତା’ଠାରୁ କମ୍ ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା। କ୍ୟୁଶୁ ବିଦ୍ୟୁତ୍‌ ବିଭାଗର ସୂଚନାନୁଯାୟୀ, କୁମାମୋଟୋ ଅଞ୍ଚଳରେ ପ୍ରାୟ ୪୫, ୬୦୦ ପରିବାରକୁ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିଛି। ସେହିପରି କ୍ୟୁଶୁ ଅଞ୍ଚଳରେ ବୁଲେଟ୍‌ ଟ୍ରେନ ଚଳାଚଳକୁ ବନ୍ଦ ରଖାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29 ° C
    29 °
    29 °
    61 %
    1.9kmh
    46 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ