Saturday, October 10, 2026
22.4 C
Odisha

    ଡିଭାଇଡରକୁ ଧକ୍କା ଦେଲା କାର୍‌; ବାପା ଓ ଶିଶୁକନ୍ୟା ମୃତ

    ଆଗକୁ ପଢନ୍ତୁ

    ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଲା କାର୍‌ । ଦୁର୍ଘଟଣାରେ ବାପା ଓ ଝିଅ ମୃତ, ଶାଶୁ ବୋହୂ ଗୁରୁତର । ଆଜି ମଧ୍ୟାହ୍ନ ସମୟରେ ଭଦ୍ରକ ଜିଲ୍ଲା ୧୬ନମ୍ବର ଭଣ୍ଡାରିପୋଖରୀ ଆଖୁଆପଦା ନିକଟ ଯଶୋଟିକିରି ଠାରେ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ପରେ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ଦୁର୍ଘଟଣାଗ୍ରସ୍ତ କାରରୁ ୫ଜଣଙ୍କୁ ଉଦ୍ଧାର କରି ପ୍ରଥମେ ଭଣ୍ଡାରିପୋଖରୀରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଦୁଇ ବାପାଝିଅଙ୍କୁ ମୃତ ଘୋଷଣା କଲେ ଡାକ୍ତର। ଅନ୍ୟ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୋଆରୁ ହାୱଡା ଅଭିମୁଖେ କାରରେ ଆସୁଥିଲେ ଏହି ପରିବାର ।

    ମୃତକ ଦ୍ୱୟ ହେଉଛନ୍ତି ସୁଭାଶିଷ ଗାଙ୍ଗୁଲି ଓ ତାଙ୍କ ୪ ବର୍ଷର ଝିଅ କୋଏଲ ଗାଙ୍ଗୁଲି। ସୁଭାଶିଷଙ୍କ ପତ୍ନୀ ଅର୍ପିତା ଗାଙ୍ଗୁଲି, ବାପା ନିମାଇଁ ଗାଙ୍ଗୁଲି ଓ ମା’ ରାକ୍ଷୀ ଗାଙ୍ଗୁଲି ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ଗୋଟିଏ ପରିବାରର ସଦସ୍ୟ ଓ ଘର ପଶ୍ଚିମବଙ୍ଗ ମେଦିନପୁର ଜିଲ୍ଲା ଖଡ଼ଗପୁର ମାଲଙ୍କା ଅଂଚଳରେ ବୋଲି ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ