Friday, October 16, 2026
24.2 C
Odisha

    ତାଳଚେର ମା’ ହିଙ୍ଗୁଳାଙ୍କ ମହିମା ଅପାର, ପୁରୀ ଶ୍ରୀମନ୍ଦିର ସହ ରହିଛି ଆଧ୍ୟାତ୍ମିକ ସମ୍ପର୍କ

    ଆଗକୁ ପଢନ୍ତୁ

    ଢୋଲ, ଘଣ୍ଟ ଓ ମନ୍ତ୍ରୋଚ୍ଚାରଣରେ ଭକ୍ତିମୟ ହୋଇଉଠିଛି ମା’ ହିଙ୍ଗୁଳାଙ୍କ ପୀଠ। ନବରାତ୍ରରେ ମା’ଙ୍କ ଆରାଧନାରେ ଲୀନ ହୋଇଛନ୍ତି ଶ୍ରଦ୍ଧାଳୁ। ଷୋଡ଼ଶ ଉପଚାରରେ ପୂଜା ସହ ମା’ ଧାରଣ କରୁଥିବା ଖଡ଼ଗ, ଚକ୍ର ଓ ତ୍ରିଶୂଳ ଭଳି ଆୟୁଧର ହେଉଛି ପୂଜା। ସହସ୍ରାର୍ଚ୍ଚନା, ଚଣ୍ଡୀପାଠ, ଯଜ୍ଞ ଓ ମନ୍ତ୍ରୋଚ୍ଚାରଣରେ ମୁଖରିତ ପରିବେଶ। କେହି ଆସୁଛନ୍ତି ମାନସିକ ପୂରଣର ଆଶା ନେଇ, ତ ଆଉ କେହି ମା’ଙ୍କ ଆଶୀର୍ବାଦ ପାଇଁ। ଭକ୍ତଙ୍କ ବିଶ୍ୱାସରେ ମା’ ହିଙ୍ଗୁଳା ହେଉଛନ୍ତି ଆସ୍ଥା ଓ ଭରସାର ଅନ୍ୟତମ ପ୍ରତୀକ।

    ମା’ ହିଙ୍ଗୁଳାଙ୍କ ପୀଠକୁ ନେଇ ରହିଛି ଏକ ରୋଚକ କିମ୍ବଦନ୍ତୀ। ଲୋକବିଶ୍ୱାସ ଅନୁସାରେ, ଶ୍ରୀକ୍ଷେତ୍ର ପୁରୀ ଓ ତାଳଚେରର ଏହି ଶକ୍ତିପୀଠ ମଧ୍ୟରେ ରହିଛି ଏକ ନିବିଡ଼ ଆଧ୍ୟାତ୍ମିକ ସମ୍ପର୍କ। ଗୁଣ୍ଡିଚା ରାଣୀଙ୍କ ଅନୂରୋଧ କ୍ରମେ ପୁରୀର ଗଜପତି, ବିଦର୍ଭ ରାଜା ନଳଙ୍କ ଦ୍ବାରା ମା’ ଅଗ୍ନିରୂପା ହିଙ୍ଗୁଳାଙ୍କୁ ତାଳଚେର ଗୋପାଳଗଡ଼ ଦେଇ ପୁରୀକୁ ନେଉଥିଲେ । ତେବେ ଗୋପାଳଗଡ଼ ଠାରେ ମା ଅନ୍ତର୍ଧ୍ୟାନ ହୋଇ ଏହିଠାରେ ରହିବାକୁ ମନସ୍ଥ କରିଥିଲେ। କିନ୍ତୁ କର୍ମ କ୍ଷେତ୍ର ପୁରୀ ଶ୍ରୀ ମନ୍ଦିର ହୋଇଥିବା ବେଳେ ମା’ଙ୍କ ପୂଜା ପୀଠ ଗୋପାଳଗଡ଼ ଠାରେ ଅବସ୍ଥିତ ହୋଇଛି। ଯେହେତୁ ମା’ଙ୍କ କର୍ମସ୍ଥଳୀ ପୁରୀ ଶ୍ରୀମନ୍ଦିର, ତେଣୁ ମା ସକାଳ ହେଲେ ଶ୍ରୀମନ୍ଦିର ଯାଇ ପ୍ରଭୁଙ୍କ ଅବଢ଼ା ଭୋଗ ପ୍ରସ୍ତୁତିରେ ସାମିଲ ହୋଇ ସନ୍ଧ୍ୟା ହେଲେ ତାଙ୍କ ନିଜ ପୀଠକୁ ଫେରିଥାନ୍ତି। ମାଙ୍କ ଅନୁପସ୍ଥିତିରେ ମା’ଙ୍କ ପାର୍ଶ୍ବଦେବୀ କୁଟେଇଶୁଣି ମାଙ୍କ ପୀଠରେ ପୂଜା ପାଇଥାନ୍ତି। ସନ୍ଧ୍ୟାରେ ମା’ ମନ୍ଦିରକୁ ଫେରିବା ପରେ ପୂଜା ପାଉଥିବା ମା’ କୁଟେଇଶୁଣି ମା’ଙ୍କୁ ଭକ୍ତ ମାନଙ୍କର ମନସ୍କାମନା ମାଙ୍କୁ ଜଣାଇଥାନ୍ତି। ପୁରୀରେ ୬୦ ପଉଟି ଭୋଗ ରନ୍ଧା ହେବା ପୂର୍ବରୁ ପ୍ରଥମେ ମା’ ହିଙ୍ଗୁଳାଙ୍କୁ ସମର୍ପଣ କରାଯାଇଥାଏ। ଏହି ପୀଠରେ ଭକ୍ତଙ୍କ ଠାରୁ ମା’ ନୈବେଦ୍ୟ ଗ୍ରହଣ କରିଥାନ୍ତି। ଏଥିପାଇଁ କୌଣସି ସେବାୟତ ବା ପୂଜକଙ୍କର ଆବଶ୍ୟକତା ପଡି ନଥାଏ । ମା’ ହିଙ୍ଗୁଳାଙ୍କ ସମ୍ପର୍କରେ ଅନେକ କିମ୍ବଦନ୍ତୀ ଲୋକ ଲୋଚନରୁ ଶୁଣିବାକୁ ମିଳେ। ବର୍ଷ ତମାମ ପୀଠରେ ମାନସିକ ରଖି ଭକ୍ତମାନେ ପୂଜାର୍ଚ୍ଚନା କରିଥାନ୍ତି। ମା’ ପ୍ରତ୍ୟେକ୍ଷ ଠାକୁରାଣୀ । ଡାକିଲେ ଓ କରନ୍ତି ବୋଲି ଭକ୍ତମାନେ କୁହନ୍ତି। ମା’ଙ୍କ ଦର୍ଶନରେ ମିଳେ ମାନସିକ ଶାନ୍ତି । ଏହା ହିଁ ଭକ୍ତଙ୍କ ବିଶ୍ୱାସ। ପରମ୍ପରା, ପୂଜା ଓ ଲୋକକଥାକୁ ନିଜ ଭିତରେ ସାଇତି ରଖିଛି ତାଳଚେରର ଏହି ପ୍ରସିଦ୍ଧ ଶକ୍ତିପୀଠ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.2 ° C
    24.2 °
    24.2 °
    91 %
    1kmh
    45 %
    Fri
    29 °
    Sat
    28 °
    Sun
    27 °
    Mon
    30 °
    Tue
    30 °

    ସମ୍ବନ୍ଧିତ