Thursday, October 8, 2026
22.5 C
Odisha

    ବିନ୍ଦୁସାଗରରେ ଅଘଟଣ, ପୁଷ୍କରିଣୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିନ୍ଦୁସାଗରରେ ଅଘଟଣ । ପୁଷ୍କରିଣୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ । ମୃତକ ହେଲେ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ରଞ୍ଜିତ ସିଂ । ସେ ନବମ ଶ୍ରେଣୀରେ ପଢୁଥିଲେ । ସାଙ୍ଗମାନଙ୍କ ସହ ବିନ୍ଦୁସାଗରକୁ ଗାଧୋଇବାକୁ ଆସିଥିବା ବେଳେ ଘରକୁ ଫେରିନଥିଲେ ରଞ୍ଜିତ । ସାଙ୍ଗମାନେ ଫେରିଥିଲେ ମଧ୍ୟ ରଞ୍ଜିତ ନ ଫେରିବାରୁ ପରିବାର ଲୋକଙ୍କ ସନ୍ଦେହ ବଢ଼ିଥିଲା । ପ୍ରଥମେ ପରିବାର ଲୋକେ ବିନ୍ଦୁସାଗରରେ ଖୋଜାଖୋଜି କରିଥିଲେ । ପରେ ODRF ଟିମକୁ ଖବର ଦିଆଯାଇଥିଲା । ODRF ଟିମ ଖୋଜାଖୋଜି କରି ରଞ୍ଜିତଙ୍କୁ ଉଦ୍ଧାର କରିଥିଲା । ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଘଟଣା ନେଇ ଲିଙ୍ଗରାଜ ପୋଲିସ ଷ୍ଟେସନ ତଦନ୍ତ ଚଳାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ