Sunday, October 18, 2026
23.2 C
Odisha

    ଦେଶ-ବିଦେଶରେ ଓଡ଼ିଶାର ଆଦିବାସୀ ସଂସ୍କୃତି ପ୍ରଚାର କରିବା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ସନ୍ଧ୍ୟାରେ କହିଛନ୍ତି, ଆଦିବାସୀମାନଙ୍କ ଦ୍ବାରା ଉତ୍ପାଦିତ ଜିନିଷ ବହୁତ ସୁନ୍ଦର। ଆଦିବାସୀମାନେ ଯେଉଁ ମାଣ୍ଡିଆ, ହଳଦୀ, ଅଦା, ଡାଲିଜାତୀୟ ଖାଦ୍ୟ, ଆଳୁ ପ୍ରଭୁତି ଉତ୍ପାଦନ କରୁଛନ୍ତି, ତାହାର ସ୍ବାଦ ଭିନ୍ନ। ଏହି କାରଣରୁ ଆଦିବାସୀଙ୍କ ଦ୍ବାରା ଉତ୍ପାଦିତ ଖାଦ୍ୟଶସ୍ୟ ଦେଶ ବିଦେଶରେ ଆଦୃତ ହୋଇଛି। ଭୁବନେଶ୍ବରର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଆଦିବାସୀ ମେଳାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଦିବାସୀମାନେ କଳା ଓ ସଂସ୍କୃତିକୁ ଭଲ ପାଉଥିବା କେନ୍ଦ୍ର। ପ୍ରତିବର୍ଷ ଜାନୁଆରି ୨୬ରୁ ଏହି ମେଳା ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ମାସ ଭୁବନେଶ୍ବରରେ ୨ଟି ବିଶ୍ବସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଗୁଆ ମେଳା କରାଯାଇଛି। ଏହି ମାସରେ ଆସନ୍ତା ୮ ତାରିଖ ଠାରୁ ‘ପ୍ରବାସୀ ଭାରତୀୟ ଦିବସ’ ଓ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’ ଆୟୋଜନ ହେବ। ଏହି ୨ଟି କାର୍ଯ୍ୟକ୍ରମରେ ଦେଶବିଦେଶରୁ ଅତିଥି ଭୁବନେଶ୍ବର ଆସିବେ। ସେହି ଅତିଥିମାନେ ଆଦିବାସୀ ମେଳାକୁ ବୁଲି ଆସିବେ। ଓଡ଼ିଶାର ଆଦିବାସୀ ସଂସ୍କୃତି ଦେଶ-ବିଦେଶରେ ପ୍ରଚାରିତ ହେବ।

    ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଶିକ୍ଷା ଓ ସଂସ୍କୃତି ଗୋଟିଏ ଜାତିର ମୂଳଦୁଆକୁ ମଜବୁତ କରିଥାଏ। ଏହି ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ ଶିକ୍ଷା ଓ ସଂସ୍କୃତିର ଅପୂର୍ବ ମିଳନ ଦେଖିବାକୁ ମିଳିଛି। ଆଦିବାସୀମାନଙ୍କ କଳା, ସଂସ୍କୃତି ଓ ପରଂପରାକୁ ଏକତ୍ର କରିବାର ସୁଯେଗା ସୃଷ୍ଟି କରିଛି। ଏହି ମେଳା ବହୁ ବର୍ଷ ଧରି ଚାଲି ଆସୁଛି। ଚଳିତ ବର୍ଷର ସ୍ବତନ୍ତ୍ରତା ହେଲା- ସଂସ୍କୃତି ସହିତ ଶିକ୍ଷାର ଝଲକ। ଆଦିବାସୀ ମେଳା ଅବସରରେ ରାଜ୍ୟ ସରକାର ‘ସହିଦ ମାଧୋ ସିଂ ହାତଖର୍ଚ୍ଚ‘ ଯୋଜନାର ଶୁଭାରମ୍ଭ କରିଛନ୍ତି।

    ଆଦିବାସୀ ପିଲାମାନେ ଅଧବାଟରେ ପାଠ ଛାଡ଼ି ଦେଇଥାନ୍ତି। ଅର୍ଥ ଅଭାବରୁ ଆଦିବାସୀ ପିଲାମାନେ ସ୍କୁଲ ପାଠ ପଢ଼ିପାରନ୍ତି ନାହିଁ। ଗରିବୀ କାରଣରୁ ଆଦିବାସୀ ଅଭିଭାବକମାନେ ସେମାନଙ୍କର ପିଲାମାନଙ୍କୁ ଘରୋଇ କାମରେ ନିୟୋଜିତ କରିଥାନ୍ତି। ଏହି ସମସ୍ୟାର ଦୂର ପାଇଁ ସରକାର ସହିଦ ମାଧୋ ସଂ ହାତଖର୍ଚ୍ଚ ଯୋଜନା ଆରମ୍ଭ କରିଛନ୍ତି। ସରକାର ଏହି ଯୋଜନାରେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି। ଶୁଭାରମ୍ଭ ଅବସରରେ ଆଜି ପାଖାପାଖି ୮୦ କୋଟି ଟଙ୍କା ଆଦିବାସୀ ଛାତ୍ରଛାତୀଙ୍କୁ ଡିବିଟି ମାଧ୍ୟମରେ ଦିଆଯାଇଛି। ଏହି ଯୋଜନା ଭାରତ ବର୍ଷରେ ନୂଆ। ବୋଲି ଶ୍ରୀ ମାଝୀ କହିଛନ୍ତି।

    ଆଦିବାସ ମେଳାରେ ଭଗବନା ବିର୍ସା ମୁଣ୍ଡା ଗ୍ୟାଲେରି ପ୍ରସ୍ତୁତ ହୋଇଛି। ୨୦ ପ୍ରକାରର ଆଦିବାସୀ କୁଡ଼ିଆ ନିର୍ମାଣ କରାଯାଇଛି। ମେଳାରେ ୧୮୯ଟି ଷ୍ଟଲ କରାଯାଇଛି ଯେଉଥିରେ ୧୨୬ଟି ଷ୍ଟଲ୍‌ରେ କେବଳ ଆଦିବାସୀ ସାମଗ୍ରୀ ମିଳୁଛି। ଏଥିରେ ରାସନ ସାମଗ୍ରୀ ଯଥା ହଳଦୀ, ମୁଗ, ବିରି, ଅନ୍ୟ ଡାଲି ଆଳୁ, ମସଲା, ଆଦି ଉପଲବ୍ଧ ହୋଇଛି। ସେହିପରି ଫୁଡ୍ କୋର୍ଟରେ ଆଦିବାସୀ, ମିସନ ଶକ୍ତି ଦ୍ବାରା ପ୍ରସ୍ତୁତ ଖାଦ୍ୟ ଉପଲବ୍ଧ ହୋଇଛି। ଫୁଡ କୋର୍ଟରେ ୫୦ଟି ଷ୍ଟଲ ରହିଛି।

    ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା  ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ବର ବିଧାୟକ (ଏକାମ୍ର) ବାବୁ  ସିଂହ, ପ୍ରମୁଖ ଶାସନ ସଚିବ (ଜନଜାତି ବିଭାଗ) ସଂଜୀବ କୁମାର ମିଶ୍ର, ନିର୍ଦ୍ଦେଶକ ପମା ଟୁଡୁ ପ୍ରମୁଖ ଉପସ୍ଥିତ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ