Saturday, October 10, 2026
24.4 C
Odisha

    ନବୀନ ନିବାସରୁ ଦୀପାଳିଙ୍କୁ ଆସିଲା ଡାକରା!

    ଆଗକୁ ପଢନ୍ତୁ

    ଝାରସୁଗୁଡା: ବ୍ରଜରାଜନଗର ପୌର ପରିଷଦ ଅଧ୍ୟକ୍ଷା ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଅନାସ୍ଥା ଆସିଥିବା ବେଳେ ନବୀନ ନିବାସରୁ ବିଜେଡି ନେତ୍ରୀ ଦୀପାଳି ଦାସଙ୍କୁ ଡାକରା ଆସିଥିବା ଚର୍ଚ୍ଚା ହେଉଛି । ଆଜି ଦଳୀୟ ସୁପ୍ରିମୋଙ୍କ ଉଦ୍ଦେଶ୍ୟରେ ଭିଡ଼ିଓ ଜାରି କରି ଯାଜ୍ଞସେନୀ କହିଥିଲେ, ବିଜେଡି ଲୋକ ଏଠାରେ ବିଜେତି ନେତାଙ୍କ ବିରୋଧରେ କାମ କରୁଛନ୍ତି । ଏମିତି ହେଲେ ଝାରସୁଗୁଡାରେ ବିଜେଡି ଭାଙ୍ଗିଯିବ । ଆଦିବାସୀ ମହିଳା ହୋଇଥିବାରୁ ହଇରାଣ କରାଯାଉଥିବା କହିଥିଲେ ଯାଜ୍ଞସେନୀ । ଅନାସ୍ଥା ପଛରେ ଦୀପାଳିଙ୍କର ହାତ ଥିବା ଅଭିଯୋଗ ପରେ ନବୀନ ନିବାସରୁ ଡାକରା ଆସିଥିବା ଚର୍ଚ୍ଚା ହେଉଛି ।
    ନବୀନ ନିବାସରେ ସୁପ୍ରିମୋଙ୍କ ଉପସ୍ଥିତିରେ ଦୀପାଳିଙ୍କୁ ବୁଝାଇବାକୁ ଉଦ୍ୟମ ହେଉଥିବା କୁହାଯାଉଛି । ତେବେ ନବୀନ ନିବାସରେ ବ୍ରଜରାଜନଗର କଳି ପହଞ୍ଚିଥିବା ବେଳେ ଏହାର ସମାଧାନ ହେଉଛି କି ନାହିଁ ତାହା ଦେଖିବା ବାକି ରହିଲା । ସେପଟେ ଝାରସୁଗୁଡାରେ ଭାଙ୍ଗିଯିବ ବିଜେଡି। ଏକଥା ଆଉ କେହି ନୁହେଁ ବରଂ ଦଳୀୟ ନେତ୍ରୀ କହିଛନ୍ତି। ବ୍ରଜରାଜନଗର ପୌର ପରିଷଦର ଅଧ୍ୟକ୍ଷା ଯାଜ୍ଞସେନୀ ଓରାମ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଭିଡ଼ିଓ ମେସେଜ ସେୟାର କରିଛନ୍ତି। ଆଉ କହିଛନ୍ତି, ଦଳରେ ଆଦିବାସୀ ମହିଳାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି ।

    ଏମିତି ହେଲେ ବିଜେଡି ଭାଙ୍ଗିଯିବ। ପୂର୍ବରୁ ଆପଣଙ୍କୁ ଚିଠି ଲେଖିଥିଲି, ପାଇଲେ କି ନାହିଁ ଜାଣି ନାହିଁ । ବିଜେଡି ଲୋକ ଦଳୀୟ ନେତାଙ୍କ ବିରୋଧରେ କାମ କରିବା କେତେଦୂର ଠିକ ? ବିଜେଡି ଯଦି ଲୋକଙ୍କର ବିକାଶ ଚାହୁଁଛି ତେବେ ଏହି ଅନାସ୍ଥା ପ୍ରସ୍ତାବ ଆସିବା କଥା ନୁହେଁ । ଯଦି ମୁଁ ଦୁର୍ନୀତି କରୁଛି ତଦନ୍ତ କରନ୍ତୁ, ସତ ମିଛ ଜଣାପଡିବ । ଯଦି ବିଜେଡି ପରିବାରର ହୋଇ ବିଜେଡି ପରିବାର ସଦସ୍ୟଙ୍କ ପଛରେ ପଡିବେ ତେବେ ବିଜେଡିର ଭବିଷ୍ୟତ ଅନ୍ଧାର ହୋଇଯିବ ।

    ବ୍ରଜରାଜନଗର ପୌରପରିଷଦର ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆସିବା ପରେ ଏଭଳି ଅଭିଯୋଗ କରିଛନ୍ତି ଯାଜ୍ଞସେନୀ । ଦଳୀୟ ନେତ୍ରୀ ଦୀପାଳି ଦାସଙ୍କ ସହଯୋଗରେ ଏଭଳି ଅନାସ୍ଥା ଅଣାଯାଇଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ବିଜେଡି ସୁପ୍ରିମୋଙ୍କ ନିକଟରେ ଫେରାଦ ହୋଇଛନ୍ତି ଯାଜ୍ଞସେନୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ