Sunday, October 18, 2026
23.2 C
Odisha

    ନଭେମ୍ବର ୨୨ ପୂର୍ବରୁ ବିହାର ନିର୍ବାଚନ: ସିଇସି

    ଆଗକୁ ପଢନ୍ତୁ

    ପାଟନା : ନଭେମ୍ବର ୨୨ରେ ବିହାର ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ଏହା ପୂର୍ବରୁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ରବିବାର ସ୍ପଷ୍ଟ କରିଛନ୍ତି। ନିର୍ବାଚନ କମିଶନଙ୍କ ଦୁଇଦିନିଆ ବିହାର ଗସ୍ତ ପରେ ପାଟନାରେ ଏକ ଖବରଦାତା ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଜ୍ଞାନେଶ କହିଛନ୍ତି, ଆଗାମୀ ନିର୍ବାଚନରେ ଅନେକଗୁଡ଼ିକ ସଂସ୍କାର ଓ ଲଜିଷ୍ଟିକ୍‌ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ବିହାରରେ ମୁକ୍ତ, ଅବାଧ ଓ ଠିକ୍‌ ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତିର ସବୁ ଦିଗକୁ ସମୀକ୍ଷା କରିବା ପରେ ନଭେମ୍ବର ୨୨ ପୂର୍ବରୁ ନିର୍ବାଚନ ଶେଷ ହେବ ବୋଲି ସିଇସି କହିଛନ୍ତି। ବିହାର ନିର୍ବାଚନରୁ ୧୭ଟି ନୂଆ ପଦକ୍ଷେପ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପରେ ଏହା ସାରା ଦେଶରେ ଲାଗୁ କରାଯିବ।
    ନୂଆ ପଦକ୍ଷେପ ମଧ୍ୟରେ ରହିଛି ପ୍ରତି ବୁଥ୍‌ରେ ଭୋଟର ସଂଖ୍ୟା ସୀମା ୧,୫୦୦ ରହିଥିବାବେଳେ ତାହାକୁ ୧,୨୦୦କୁ ହ୍ରାସ କରାଯିବ। ପୂର୍ବରୁ ମତଦାନର ଅନ୍ତିମ ସମୟରେ ବୁଥ୍‌ ନିକଟରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁଥିଲା। ଭିଡ଼ କମାଇବା ଏବଂ ପ୍ରତୀକ୍ଷା ସମୟ ହ୍ରାସ ପାଇଁ ବୁଥ୍‌ ପ୍ରତି ଭୋଟର ସଂଖ୍ୟା କମାଇବାକୁ ନିଷ୍ପତ୍ତି ନିଆଯାଇଥିବା ଜ୍ଞାନେଶ କହିଛନ୍ତି। ବିହାର ନିର୍ବାଚନରେ ମୋବାଇଲ୍‌ ଫୋନ୍‌ ଜମା କରିବା ସୁବିଧା ଆରମ୍ଭ ହେବ। ଭୋଟରମାନେ ବୁଥ୍‌ରେ ପ୍ରବେଶ ପୂର୍ବରୁ ବାହାରେ ସେମାନଙ୍କ ଫୋନ୍‌ ଜମା କରିବେ ଏବଂ ଭୋଟ ଦେଇସାରିବା ପରେ ତାହା ନେଇଯିବେ। ଭୋଟର ସୂଚନା ସ୍ଲିପ୍‌ (ଭିଆଇଏସ୍‌)ର ଡିଜାଇନରେ ପରିବର୍ତ୍ତନ କରାଯାଇଛି। କ୍ରମିକ ଓ ପାର୍ଟ ନମ୍ବର ଅକ୍ଷରକୁ ବଡ଼ କରାଯିବା ଫଳରେ ଭୋଟର ସହଜରେ ତାହା ପଢ଼ିପାରିବେ ଓ ପ୍ରୋସେସିଂ ସମୟ ହ୍ରାସ ପାଇବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ