Saturday, May 23, 2026
41.7 C
Odisha

    ପଟିଆ ଷ୍ଟେସନ ନିକଟରେ ଦୁର୍ଘଟଣାରେ କନେଷ୍ଟବଳ ଶୁଭମିତ୍ରା ସଂପର୍କୀୟଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଭୁବନେଶ୍ବର ପଟିଆ ଷ୍ଟେସନ ନିକଟରେ ଦୁର୍ଘଟଣା । ଲେଡି କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଶେଷକୃତ୍ୟ ସାରି ପୁରୀରୁ ଫେରୁଥିବା ବେଳେ ଦୁର୍ଘଟଣାରେ ତାଙ୍କର ଜଣେ ସଂପର୍କୀୟଙ୍କ ମୃତ୍ୟୁ । ଅନ୍ୟ ଜଣେ ଗୁରୁତର । ପୁରୀରୁ ଶେଷକୃତ୍ୟ ସାରି ଫେରିବା ପରେ ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରେ ଟ୍ରେନ ଟ୍ରାକ ଅତିକ୍ରମ ବେଳେ ଶୁଭମିତ୍ରାଙ୍କ ସଂପର୍କୀୟ ଦୁର୍ଘଟଣାର ଶିକାର ହୋଇଥିଲେ।

    ଟ୍ରେନ ଟ୍ରାକ ଅତିକ୍ରମ ବେଳେ ବୋଲଗଡ଼ ରଲସିଂର ପ୍ରଫୁଲ୍ଲ ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା ପଟ୍ଟନାୟକଙ୍କୁ ଟ୍ରେନ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଅନ୍ନପୂର୍ଣ୍ଣାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ପ୍ରଫୁଲ ଗୁରୁତର ହୋଇଛନ୍ତି । ପ୍ରଫୁଲଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରଫୁଲ୍ଲ କଟକରେ ଟେଣ୍ଟ ହାଉସ ବ୍ୟବସାୟ କରନ୍ତି ବୋଲି ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    41.7 ° C
    41.7 °
    41.7 °
    14 %
    3.6kmh
    100 %
    Sat
    43 °
    Sun
    45 °
    Mon
    45 °
    Tue
    46 °
    Wed
    46 °

    ସମ୍ବନ୍ଧିତ