Saturday, March 7, 2026
19.4 C
Odisha

    ପାଣିପାଗ ବିଭାଗ କେନ୍ଦ୍ରକୁ ବୋମା ଧମକ

    ଆଗକୁ ପଢନ୍ତୁ

    ତେଲଙ୍ଗାନା : ହାଇଦ୍ରାବାଦ ବେଗମପେଟ ସ୍ଥିତ ପାଣିପାଗ ବିଭାଗ କେନ୍ଦ୍ରକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ସକାଳ ୯ଟା ବେଳେ ଧମକପୂର୍ଣ୍ଣ ଇମେଲ ଆସିଛି । ଏଥିରେ କୁହାଯାଇଛି କି, କାର୍ଯ୍ୟାଳୟ ପରିସରରେ ୧୪ଟି ବୋମା ଲଗାଯାଇଛି । ଯାହା କେତେ ବେଳେ ମଧ୍ୟ ବିସ୍ଫୋରଣ ହୋଇପାରେ । ଏହି ସୂଚନା ମିଳିବା ପରେ ଅଧିକାରୀ ତୁରନ୍ତ ପୋଲିସକୁ ଖବର ଦେଇଥିଲେ, ଆଉ ପୁରା ପରିବାରରେ ହାଇ ଆଲର୍ଟ ଜାରି ହୋଇଥିଲା ।

    ପାଣିପାଗ ବିଭାଗର ଅଧିକାରୀ ଶ୍ରୀନିବାସ କହିଛନ୍ତି, ଆଜି ସକାଳେ ଏକ ଇମେଲ ଯାଞ୍ଚ କରାଯାଇଥିଲା । ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଯାଇଥିଲା କି, ବେଗମପେଟ ସ୍ଥିତ ପାଣିପାଗ ବିଭାଗ କେନ୍ଦ୍ରରେ ବୋମା ରହିଛି । ୧୪ଟି ବୋମା ରହିଛି । ଅପରାହ୍ନ ସୁଦ୍ଧା ଏହା ବିସ୍ଫୋରଣ ହେବ । ଏହି ଇମେଲକୁ ଗୁରୁତର ଭାବେ ନେଇ ତୁରନ୍ତ ସୁରକ୍ଷା ଏଜେନ୍ସୀକୁ ଆଲର୍ଟ କରାଯାଇଛି ।

    ସୂଚନା ମିଳିବା ପରେ ଚାରିଆଡକୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଥିଲା । ବୋମା ନିଷ୍କ୍ରିୟ ଟିମ ଏବଂ ସନ୍ଧାନୀ କୁକୁର ପାଣିପାଗ ବିଭାଗ କେନ୍ଦ୍ରକୁ ସଂପୂର୍ଣ୍ଣ ଭାବେ ଯାଞ୍ଚ କରିଥିଲେ । ଅତ୍ୟାଧୁନିକ ଉପକରଣ ସହିତ ପ୍ରତ୍ୟେକ ରୁମ, କରିଡର ଏବଂ ଆଖାପାଖ ଅଞ୍ଚଳରେ ଯାଞ୍ଚ କରାଯାଇଥିଲା । କିନ୍ତୁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିଲା । ମାମଲାକୁ ଗମ୍ଭୀରତାର ସହ ନେଇ ଯାଞ୍ଚ ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.4 ° C
    19.4 °
    19.4 °
    98 %
    2kmh
    10 %
    Sat
    36 °
    Sun
    37 °
    Mon
    38 °
    Tue
    39 °
    Wed
    38 °

    ସମ୍ବନ୍ଧିତ