Saturday, November 28, 2026
15.8 C
Odisha

    ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂଜାରି, ୨୪ ଘଣ୍ଟା ମଧ୍ୟରେ ଏହି ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର   : ୨୩ ଜିଲ୍ଲାରେ ବର୍ଷା ସମ୍ଭାବନା । ବିଜୁଳି ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । ଆଗାମୀ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା , ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହ ୩୦ରୁ ୪୦ କିମି ପବନ ବହିବ ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ  ୟେଲୋ ୱାର୍ଣ୍ଣିଂଜାରି କରାଯାଇଛି । ମଙ୍ଗଳବାର ପଶ୍ଚିମା ଝଡ଼ର ପ୍ରଭାବରେ ବାୟୁମଣ୍ଡଳ ଥଣ୍ଡା ରହିଛି । ଓଡ଼ିଶାର ଉତ୍ତର-ଉପକୂଳ ଏବଂ ଏହାର ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ୧.୫କି.ମି. ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି।

    ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାର ଯଶିପୁରରେ ସର୍ବାଧିକ ୪୦.୪ ମି.ମି. ବର୍ଷା ଏବଂ ଭୁବନେଶ୍ୱରରେ ୧୭.୬ ମି.ମି ବର୍ଷା ରେକର୍ଡ ହୋଇଥିବା ରେକର୍ଡ କରାଯାଇଛି। ସେହିପରି କେନ୍ଦୁଝର ଜିଲ୍ଲାର ଚମ୍ପୁଆରେ ୨୯.୪ ମି.ମି., ଗଜପତି ଜିଲ୍ଲା ଆର୍‌.ଉଦୟଗିରିରେ ୨୮.୨ମି.ମି., ମୟୂରଭଞ୍ଜ ଜିଲ୍ଲାର ନଓ୍ବାନାରେ ୧୮.୨ ମି.ମି., କୋରାପୁଟର ପଟ୍ଟାଙ୍ଗୀରେ ୧୧.୨ମି.ମି., ମୟୂରଭଞ୍ଜର ବାଲିମୁଣ୍ଡଳୀରେ ୯.୬ ମି.ମି., ସମ୍ବଲପୁରର ବୁର୍ଲାରେ ୭.୮ମି.ମି., ନୂଆପଡ଼ାର ସିନାପଲ୍ଲୀରେ ୯.୬ମି.ମି., ବରଗଡ଼ରେ ୫.୬ମି.ମି. ଏବଂ ମୟୂରଭଞ୍ଜର ଜି.ବି.ନଗରଠାରେ ୫ମି.ମି. ବର୍ଷା ରେକର୍ଡ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.8 ° C
    15.8 °
    15.8 °
    67 %
    1.4kmh
    0 %
    Fri
    15 °
    Sat
    24 °
    Sun
    25 °
    Mon
    26 °
    Tue
    25 °

    ସମ୍ବନ୍ଧିତ