Sunday, June 1, 2025
38.9 C
Odisha

ପିଲା ନ ହେବାରୁ ବୋହୂକୁ ଗଣଦୁଷ୍କର୍ମ କରାଇଲା ଶାଶୁ

ଆଗକୁ ପଢନ୍ତୁ

ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ଶାଶୂ ବୋହୂକୁ ଗ୍ୟାଙ୍ଗରେପ୍ କରାଇଛି । ପ୍ରଥମେ ରେପ୍ କରିବା ପାଇଁ ଲୋକକୁ ଘରକୁ ଡକାଇଲା, ପରେ ବହୁକୁ ସେହି ରୁମକୁ ପଠାଇଦେଲା । ଏହାପରେ ଶାଶୁ ନିଜେ ବାହାରେ ଜଗି ବସିଲା । ଏହି ଘଟଣା ବିଷୟରେ କାହରିକୁ ନ କହିବା ପରେ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ହେଲେ ଏହାପରେ ପୀଡିତା ମହିଳାଙ୍କ ସ୍ୱାମୀଙ୍କୁ ଏହି ବିଷୟରେ ଜଣାପଡିବା ପରେ ସେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଦେଇଥିବା ସୂଚନାନୁଯାୟୀ, ଜଣେ ୫୫ ବର୍ଷୀୟ ମହିଳା ସେହି ଗ୍ରାମର ରାମ ଏବଂ ପରମଜୀନଙ୍କ ସହ ଖରାପ ସଂପର୍କ ରଖୁଥିଲା । ଏହାର କିଛି ଦିନ ପରେ ତାଙ୍କ ପୁଅର ବିବାହ ହୋଇଥିଲା ଏବଂ ବିବାହର ୨ ବର୍ଷ ପରେ ମଧ୍ୟ ବୋହୂର କୌଣସି ସନ୍ତାନ ହୋଇନଥିଲା । ବୋହୂଙ୍କୁ ଶାଶୁଙ୍କର ଏହି ଅନୈତିକ ସଂପର୍କ ବିଷୟରେ ଜଣାଥିଲା । ହେଲେ ତାଙ୍କ ଶାଶୁ ତାଙ୍କୁ ଧମକ ଦେଇଥିଲେ ଯେ, ଯଦି ପରିବାରର ଅନ୍ୟ ଲୋକଙ୍କୁ ଏହି ବିଷୟରେ କହିବ ତେବେ ପରିସ୍ଥିତି ଭୟଙ୍କର ହେବ । ଗ୍ୟାଙ୍ଗରେପ୍ ର କିଛି ଦିନ ପୂର୍ବରୁ ଶାଶୁ ବୋହୂଙ୍କ ମଧ୍ୟରେ ପିଲାପିଲିକୁ ନେଇ ଝଗଡ଼ା ହୋଇଥିଲା । ଏହାପରେ ଶାଶୁ ବୋହୂକୁ କହିଥିଲା ଯେ, ମୁଁ ତୋର ଚିକିତ୍ସା ନିଜେ କରିବି । ଏହାପରେ ଶାଶୁ ସେହି ଦୁଇଜଣଙ୍କୁ ଲଗାଇ ବୋହୂଙ୍କ ସହ ଦୁଷ୍କର୍ମ କରାଇଥିଲା । ଏହାପରେ ସେ ବୋହୂକୁ ଧମକାଇଥିଲା ଯେ, ଯଦି ଏହି ବିଷୟରେ ସେ କାହାକୁ କୁହନ୍ତି ତେବେ ତାଙ୍କ ସ୍ୱାମୀକୁ ସେ ହତ୍ୟା କରିଦେବେ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
broken clouds
38.9 ° C
38.9 °
38.9 °
23 %
4.3kmh
76 %
Sun
39 °
Mon
40 °
Tue
39 °
Wed
39 °
Thu
40 °

ସମ୍ବନ୍ଧିତ