Tuesday, April 7, 2026
22.5 C
Odisha

    ପୁଣି ଦେଖିବାକୁ ମିଳିବ ଟ୍ରମ୍ପ-ମୋଦୀଙ୍କ ଘନିଷ୍ଠତା: ଆସନ୍ତା ମାସରେ ଆମେରିକାରେ ହୋଇପାରେ ସାକ୍ଷାତ

    ଆଗକୁ ପଢନ୍ତୁ

    ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍‌ଶୀଘ୍ର ସାକ୍ଷାତ କରିପାରନ୍ତି। ଫେବ୍ରୁଆରିରେ ୱାସିଂଟନରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ କରିବାକୁ ଭାରତ-ଆମେରିକୀୟ କୂଟନୀତିଜ୍ଞମାନେ ପ୍ରୟାସ କରୁଛନ୍ତି। ଭାରତୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ  ଯଦି ଏହି ବୈଠକ ହୁଏ ତେବେ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଟ୍ରମ୍ପଙ୍କ ଘନିଷ୍ଠତା ଦେଖିବାକୁ ମିଳିବ । ଚୀନ୍‌ର ମୁକାବିଲା କରିବା ପାଇଁ ଆମେରିକାର ରଣନୈତିକ ସହଯୋଗୀ ଭାରତ ଆମେରିକା ସହ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି କରିବା ଏବଂ ଏହାର ନାଗରିକମାନଙ୍କୁ ଦକ୍ଷ ଶ୍ରମିକ ଭିସା ପାଇବାକୁ ସହଜ କରିବାକୁ ଆଗ୍ରହୀ। ସୂତ୍ରରୁ ପ୍ରକାଶ ଯେ ପ୍ରଯୁକ୍ତି ବିଦ୍ୟା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାଗିଦାରୀ ବୃଦ୍ଧି କରିବା ଦୁଇ ନେତାଙ୍କ ମଧ୍ୟରେ ଆଲୋଚନାର ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ହେବ ।  ଟ୍ରମ୍ପ ହ୍ୱାଇଟ୍ ହାଉସ୍‌କୁ ଫେରିବା ପରେ ଭାରତ ଉପରେ ଲାଗୁ ହୋଇଥିବା ଶୁଳ୍କକୁ ନେଇ   ଚିନ୍ତା ବଢ଼ିଯାଇଛି। ଆମେରିକୀୟ ଉତ୍ପାଦ ଉପରେ ଅଧିକ ଶୁଳ୍କ ଲଗାଇଥିବା ଦେଶମାନଙ୍କ ମଧ୍ୟରୁ ଟ୍ରମ୍ପ ଭାରତକୁ ଅନ୍ୟତମ ବୋଲି ବର୍ଣ୍ଣନା କରିଛନ୍ତି।ସୂତ୍ରରୁ ପ୍ରକାଶ ଯେ ଭାରତର କେତେକ ପ୍ରସ୍ତାବକୁ ଗ୍ରହଣ କରି ସ୍ବତନ୍ତ୍ର ରିହାତି ପାଇଁ ଆମେରିକା ପ୍ରସ୍ତୁତ ଅଛି। ତେବେ ପାରସ୍ପରିକ ଶୁଳ୍କ ଲାଗୁ କରିବା ପାଇଁ ଆମେରିକାର କୌଣସି ଯୋଜନା ସମ୍ପର୍କରେ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇନାହିଁ। ଖୁବ୍ ଶୀଘ୍ର ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ଟ୍ରମ୍ପଙ୍କ ନୂଆ କାର୍ଯ୍ୟକାଳରେ ସମ୍ପର୍କକୁ ସକାରାତ୍ମକ ଭାବେ ଆରମ୍ଭ କରିବାରେ ସହାୟକ ହେବ ବୋଲି ଅଧିକାରୀମାନେ ଆଶା ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ  ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। ଟ୍ରମ୍ପ ତାଙ୍କ ପୂର୍ବ କାର୍ଯ୍ୟକାଳରେ୨୦୨୦ ଫେବ୍ରୁଆରିରେ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ଅହମଦାବାଦ କ୍ରିକେଟ ଷ୍ଟାଡିୟମରେ ଏକ ଲକ୍ଷରୁ ଅଧିକ ଭାରତୀୟ ତାଙ୍କୁ ସ୍ବାଗତ କରିଥିଲେ । ଟ୍ରମ୍ପ ଭାରତକୁ ଏକ ଅବିଶ୍ୱସନୀୟ ବାଣିଜ୍ୟ ଚୁକ୍ତି କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପୂର୍ବରୁ ୨୦୧୯ରେ ଟ୍ରମ୍ପ ହ୍ୟୁଷ୍ଟନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ‘ହାଉଡି ମୋଦୀ’ରାଲି କରିଥିଲେ, ଯେଉଁଥିରେ ୫୦ ହଜାର  ଭାରତୀୟ ଆମେରିକୀୟଙ୍କ ସମାଗମ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    77 %
    0.8kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ