Wednesday, October 14, 2026
23 C
Odisha

    ପୁଣି ବର୍ଷା ଚେତାବନୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଲଗାତାର ଦୁଇଟି ଲଘୁଚାପଜନିତ ବର୍ଷା ନ ସରୁଣୁ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା ଦେଖାଦେଇଛି। ଆସନ୍ତା ୨୮ ଓ ୨୯ ତାରିଖରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ପଶ୍ଚିମାଝଡ଼ ପ୍ରଭାବରେ ବିଶେଷ କରି ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ଏହି ବର୍ଷା ହେବ ବୋଲି ଆକଳନ କରାଯାଇଛି। ବର୍ଷାରେ ପୂର୍ବରୁ ଫସଲ ନଷ୍ଟ ଚାଷୀଙ୍କ ସମସ୍ୟା ବଢ଼ାଇଥିବାବେଳେ, ଆଉ ଏକ ବର୍ଷା ଆଶଙ୍କା ଚିନ୍ତା ବଢ଼ାଇ ଦେଇଛି। ଆଜି ଶୁଖିଲା ପାଗ ପରିଲକ୍ଷିତ ହେଉଛି। କିନ୍ତୁ କାଲିଠାରୁ ପାଗ ବଦଳିବ।

    ସୂଚନାଯୋଗ୍ୟ, ଦୁର୍ବଳ ହୋଇଛି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ସକ୍ରିୟ ଥିବା ଓ୍ବେଲମାର୍କ ଲୋପ୍ରେସ ବା ସଦୃଶ ଲଘୁଚାପ। ଫଳରେ ପାଗ ବଦଳିଛି। ଓ୍ବେଲମାର୍କ ଲୋପ୍ରେସର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଥିଲା। ଏବେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    93 %
    1.6kmh
    5 %
    Wed
    23 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ