Wednesday, October 14, 2026
23 C
Odisha

    ଏପରି ଚେକ କରନ୍ତୁ EPFO ଟଙ୍କା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଯେଉଁମାନେ ଚାକିରି କରନ୍ତି ସେମାନଙ୍କର ଏକ ପିଏଫ ଆକାଉଣ୍ଟ ରହିଥାଏ। ଏହାକୁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ସଂସ୍ଥା ଇପିଏଫଓ ପରିଚାଳିତ କରିଥାଏ। କର୍ମଚାରୀମାନଙ୍କ ପିଏଫ ଆକାଉଣ୍ଟ ଗୋଟିଏ ସେଭିଂ ସ୍କିମ ଭାବେ କାର୍ଯ୍ୟ କରିଥାଏ। ପ୍ରତ୍ୟେକ ମାସରେ କର୍ମଚାରୀଙ୍କ ବେତନର 12% ଏହି ଆକାଉଣ୍ଟରେ ଜମା ହୋଇଥାଏ ଏବଂ କମ୍ପାନୀ ମଧ୍ୟ ସମାନ ପରିମାଣର କର୍ମଚାରୀଙ୍କ PF ଆକାଉଣ୍ଟରେ ଜମା କରିଥାଏ। ଏହାର ଅର୍ଥ ଉଭୟ କର୍ମଚାରୀ ଏବଂ କମ୍ପାନୀ ପ୍ରତି ମାସରେ PF ଆକାଉଣ୍ଟରେ ଯୋଗଦାନ କରିଥାନ୍ତି।ଏହି ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସରକାର ମଧ୍ୟ ସୁଧ ଦିଅନ୍ତି। ଏହିପରି କେତେକ ମାମଲା ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ବେଳେବେଳେ କମ୍ପାନୀ କର୍ମଚାରୀଙ୍କ ବେତନରୁ ଟଙ୍କା କାଟନ୍ତି କିନ୍ତୁ ଏହାକୁ PF ଆକାଉଣ୍ଟରେ ଜମା କରନ୍ତିନାହିଁ। ତେବେ ଜଣେ କର୍ମଚାରୀ ଚାହିଁଲେ ମଧ୍ୟ ଘରେ ବସି ଏହାକୁ ସହଜରେ ଚେକ୍ କରିପାରିବେ। ଆକାଉଣ୍ଟରେ କେତେ ଟଙ୍କା ରହିଛି ଏବଂ କେତେ ଟଙ୍କା ସୁଧ ମିଳିଛି ସେନେଇ ସବିଶେଷ ଜଣାପଡିବ। ଏହାପରେ ଚେକ୍ ବାଲାନ୍ସ ଚୟନ କରିବା ମାତ୍ରେ ଆକାଉଣ୍ଟର ସମ୍ପୁର୍ଣ୍ଣ ବିବରଣୀ ଦେଖାଯିବ। ଅନ୍ୟପଟେ ଏସଏମଏସ ଦ୍ବାରା ମଧ୍ୟ ବାଲାନ୍ସ ଚେକ୍ କରିପାରିବେ। ମେସେଜ ବକ୍ସରେ ୟୁଏଏନ ନମ୍ବର ଲେଖି 7738299899 କୁ ଲେଖି ପଠାଇବାକୁ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    93 %
    1.6kmh
    5 %
    Wed
    23 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ