Tuesday, April 28, 2026
30.7 C
Odisha

    ପୁରୀରେ ନିର୍ମାଣ ହେବ ବିଶ୍ବସ୍ତରୀୟ ସଂଗ୍ରହାଳୟ ଓ ଲାଇବ୍ରେରୀ, ଖର୍ଚ୍ଚ ହେବ ୧ ହଜାର କୋଟି

    ଆଗକୁ ପଢନ୍ତୁ

    ପୁରୀ : ପୁରୀରେ ହଜାରେ କୋଟିରେ ଟଙ୍କାରେ ନିର୍ମାଣ ହେବ ବିଶ୍ବସ୍ତରୀୟ ସଂଗ୍ରହାଳୟ ଓ ଲାଇବ୍ରେରୀ । ଏହା ସହିତ ଭକ୍ତମାନଙ୍କ ପାଇଁ “ଡିଜିଟାଲ୍ ହୁଣ୍ଡି” ବା ସମର୍ପଣ ପ୍ଲାଟଫର୍ମ ଆରମ୍ଭ ହେବ । ଯାହା ଶ୍ରୀମନ୍ଦିର ପ୍ରଶାସନ ସହ ସମନ୍ୱିତ ହୋଇ କାମ କରିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍ ।

    ସେହିପରି ଭଦ୍ରକ ଜିଲ୍ଲାରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବାକୁ ପ୍ରତିଷ୍ଠା ହେବ ନୂଆ ବିଶ୍ବବିଦ୍ୟାଳୟ । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ପ୍ରତି ବ୍ଲକରେ ଷ୍ଟାଡିୟମ ନିର୍ମାଣ ହେବ । ଏଥିପାଇଁ ୪ ହଜାର୧୨୪ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଛି । ଅନ୍ୟପଟେ ୨୦୧୭ରୁ ବନ୍ଦଥିବା ସାହିତ୍ୟ ଏକାଡେମୀ ପୁରସ୍କାର ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ପୁରସ୍କାର ପ୍ରଦାନ ପାଇଁ ଏକ କମିଟିର ଗଠନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.7 ° C
    30.7 °
    30.7 °
    40 %
    0.9kmh
    19 %
    Tue
    43 °
    Wed
    43 °
    Thu
    43 °
    Fri
    40 °
    Sat
    41 °

    ସମ୍ବନ୍ଧିତ