Thursday, August 20, 2026
24.2 C
Odisha

    ପୋଖରୀରେ ବୁଡି ଦୁଇ ଛାତ୍ର ମୃତ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର  :  ବ୍ରହ୍ମପୁର ସହର ଅଙ୍କୁଲି ନୁଆସାହି ପୋଖରୀରେ ଗାଧୋଉଥିବା ବେଳେ ଅସାବଧାନତାରୁ ପାଣିରେ ବୁଡ଼ି ଯାଇ ୨ ଜଣ ନାବାଳକ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଆଯୋଧ୍ୟାନଗର ୨ୟ ଲାଇନର ବିଶ୍ୱଜିତ ପଣ୍ଡା(୧୬) ଓ ଖୋଡାସିଂର ଅଭିଜିତ ମାରାଣ୍ଡି(୧୬) । ଆଜି ଉଭୟ ଏହି ପୋଖରୀକୁ ପହଁରା ଶିଖିବାକୁ ଆସିଥିଲେ । ଗଭୀର ପାଣିରେ ଉଭୟ ବୁଡ଼ି ଯାଇଥିଲେ । ଏହା ଦେଖି ପୋଖରୀ ନିକଟରେ ଥିବା ଲୋକମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବ୍ରହ୍ମପୁର ଅଗ୍ନିଶମ କେନ୍ଦ୍ର ଆଗ୍ନିକ ମାନେ ପହଞ୍ଚି ଅଣ୍ଡର ୱାଟର ବିଏ ସେଟ୍ ଦ୍ୱାରା ଉଭୟଙ୍କୁ ପାଣି ଭିତରୁ ଖୋଜି ବାହାର କରିଥିଲେ । ଉଭୟଙ୍କୁ ତୁରନ୍ତ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ବିଶ୍ୱଜିତ୍ ଓ ଅଭିଜିତଙ୍କୁ ମୃତ ଘୋଷଣା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.2 ° C
    24.2 °
    24.2 °
    92 %
    1.2kmh
    70 %
    Thu
    29 °
    Fri
    30 °
    Sat
    25 °
    Sun
    25 °
    Mon
    27 °

    ସମ୍ବନ୍ଧିତ