Saturday, October 10, 2026
27.9 C
Odisha

    ଖରାଦିନେ ଏହି ଫଳ ଖାଇଲେ ପ୍ରାକୃତିକ ଉପାୟରେ ଲିଭର ହୋଇଥାଏ ଡିଟକ୍ସିଫାଏ, ଖାଆନ୍ତୁ ଓ ସୁସ୍ଥ ରୁହନ୍ତୁ

    ଆଗକୁ ପଢନ୍ତୁ

    ଲିଭର ଆମ ଶରୀରର ମହତ୍ୱପୂର୍ଣ୍ଣ ଅଙ୍ଗମାନଙ୍କ ମଧ୍ୟରୁ ଗୋଟିଏ। ଏ ଆମର ଶରୀରରେ ଖାଦ୍ୟ ହଜମ କରିବା କାର୍ଯ୍ୟ କରିଥାଏ। ଏଥିପାଇଁ ଲିଭର ସଫା ରଖିବା ବହୁତ ଜରୁରୀ ହୋଇଥାଏ। ଯଦି ଆପଣ ଲିଭରକୁ ସଫା ରଖିବାକୁ ଚାହାନ୍ତି ତାହେଲେ କିଛି ହେଲଦି ଜିନିଷ ଖାଆନ୍ତୁ। ଏହି ହେଲଦି ଖାଦ୍ୟ ଖାଇବା ଦ୍ୱାରା ଲିଭରକୁ ଡିଟାକ୍ସ କରାଯାଇପାରେ। ଆସନ୍ତୁ ଜାଣିବା ଏହି ଖାଦ୍ୟ ବିଷୟରେ –

    ଲିଭରକୁ ସୁସ୍ଥ ରଖିବା ପାଇଁ ନିଜ ଖାଦ୍ୟରେ ସବୁଜ ପନିପରିବା ,ଶାଗ ଏବଂ ସତେଜ ଫଳ ସାମିଲ କରନ୍ତୁ। ଫଳ ଏବଂ ପରିବା ଖାଇବା ଦ୍ୱାରା ଲିଭରରେ ଜମାହୋଇଥିବା ଅସନା ସଫା ହୋଇଥାଏ।

    ନିୟମିତ ରୂପେ ଦୁଇଟି କୋଲା କଞ୍ଚା ରସୁଣ ଚୋବାଇ ଖାଇବା ଦ୍ୱାରା ଲିଭରରେ ଜମା ହୋଇଥିବା ଖରାପ ପଦାର୍ଥ ସଫା ହୋଇଥାଏ।

    ଗ୍ରୀନ ଟିର ସେବନ ଦ୍ୱାରା ଲିଭରକୁ ଡିଟାକ୍ସି ଫାଇ କରାଯାଇପାରେ। ଏଥିରେ ରହିଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି ଇମ୍ଫ୍ଲେମେଟ୍ରି ଗୁଣ ଲିଭରକୁ ସ୍ଵସ୍ଥ ରଖିପାରେ।

    ବିଟ ଖାଇବା ଦ୍ୱାରା ଶରୀରରେ ଆଇରନର ଅଭାବ ପୁରା କରାଯାଇପାରେ। ତା’ସହିତ ଲିଭରରେ ଜମିଥିବା ମଇଳାକୁ ସଫା କରିବାରେ ସାହାଯ୍ୟ କରିଥାଏ।

    ଲିଭରର ମଇଳା ସଫା କରିବା ପାଇଁ ନିୟମିତ ରୂପେ ହଳଦୀ ପାଣି ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଶରୀରକୁ ବହୁତ ଲାଭ ହେବ। ଲିଭରର ମଇଳା ସଫା କରିବା ପାଇଁ ନିୟମିତ ରୂପେ ହଳଦୀ ପାଣି ପିଅନ୍ତୁ।ଏହାଦ୍ୱାରା ଆପଣଙ୍କ ଶରୀରକୁ ବହୁତ ଲାଭ ହେବ।

    ଅଖରୋଟ ଖାଇବା ଦ୍ୱାରା ଶରୀରର ବହୁ ସମସ୍ୟା ଦୂର ହୋଇଥାଏ। ତା ସହିତ ଲିଭରର ମଇଳା ସଫା କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ