Monday, February 9, 2026
17.6 C
Odisha

    ଫେବୃଆରୀରେ ଆରମ୍ଭ ହେବ କୃମିନାଶ ଅଭିଯାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଶିଶୁ ପୁଷ୍ଟିସାରକୁ ସୁଦୃଢ଼, ରକ୍ତହୀନତା ନିରାକରଣ ଏବଂ କୃମି ସଂକ୍ରମଣକୁ ଅଟକାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ୟୁନିସେଫ୍ ସହାୟତାରେ ଫେବୃଆରୀ ୧୦ରେ ଜାତୀୟ କୃମିନାଶକ ଦିବସ (NDD) ପାଳନ କରିବାକୁ ଯାଉଛି । ଏହା ସହିତ ମାସସାରା ରାଜ୍ୟରେ ଭିଟାମିନ୍-ଏ ସପ୍ଲିମେଣ୍ଟେସନ୍‌ (VAS) କାର୍ଯ୍ୟକ୍ରମ ଚାଲିବ । କିଛି ଆବଶ୍ୟକୀୟ ଜିଲ୍ଲାରେ ଲିମ୍ଫାଟିକ ଫାଇଲେରିଆସିସ୍-ସମୂହ ଔଷଧ ସେବନ (ଏଲ୍‌ଏଫ୍ -ଏମଡିଏ) କାର୍ଯ୍ୟକ୍ରମ କରାଯିବ । ଏଲଏଫ୍-ଏମ୍ ଡିଏ ପ୍ରୟାସରେ ସଂକ୍ରମଣକୁ ଦୂର କରିବା ଏବଂ ଲିମ୍ଫାଟିକ୍ ଫାଇଲେରିଆସିସ ନିରାକରଣ କରିବାକୁ ଗୋଷ୍ଠୀ ସ୍ତରରେ ଫାଇଲେରିଆ ନିରୋଧ ଔଷଧ ସେବନ ମଧ୍ୟ ହେବ ।

    ଏନଡ଼ିଡ଼ି କାର୍ଯ୍ୟକ୍ରମ ଅନୁସାରେ ସମସ୍ତ ଜିଲ୍ଲାରେ ୧.୫୯କୋଟିରୁ ଅଧିକ ୧-୧୯ ବର୍ଷ ବୟସର ପିଲା ଏବଂ ୧୯ଲକ୍ଷରୁ ଅଧିକ ୨୦-୨୪ ବର୍ଷର ମହିଳାଙ୍କୁ ଆଲବେଣ୍ଡାଯୋଲ ସେବନ କରିବାକୁ ଦିଆଯିବ । ସେହିପରି ଭିଏଏସରେ ୯-୬୦ ମାସ ବୟସର ୩୨ଲକ୍ଷ ଶିଶୁଙ୍କୁ ପରିସରଭୁକ୍ତ କରାଯିବ, ଯାହା ରୋଗପ୍ରତିରୋଧ ଶକ୍ତି ବୃଦ୍ଧିକରିବା ସହିତ ଶିଶୁ ମୃତ୍ୟୁହାର ଓ ରୋଗାକ୍ରାନ୍ତ ହାର ହ୍ରାସ କରିବ ବୋଲି ଆଶା ରଖାଯାଇଛି । ଏନେଇ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡ଼ା.ଶକ୍ତି ପ୍ରସାଦ ମିଶ୍ର, ୟୁନିସେଫ ଓଡ଼ିଶାର ପୁଷ୍ଟି ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶିଶୁସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡ଼ା ଆଦିତ୍ୟ ମହାପାତ୍ର, ପୁଷ୍ଟିବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡ଼ା ସ୍ମୃତିଯିତ୍ ପଟ୍ଟନାୟକ ଏବଂ ୟୁନିସେଫ ଓଡ଼ିଶାର ପୁଷ୍ଟି ବିଭାଗ ଅଧିକାରୀ ଡ଼ା ସଞ୍ଜୟ କୁମାର ସାହୁ, ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.6 ° C
    17.6 °
    17.6 °
    33 %
    2kmh
    1 %
    Mon
    18 °
    Tue
    31 °
    Wed
    32 °
    Thu
    33 °
    Fri
    34 °

    ସମ୍ବନ୍ଧିତ