Tuesday, October 6, 2026
25.1 C
Odisha

    ବଜ୍ରପାତରେ ଜଳିଗଲା କୁଡ଼ିଆ, ଦୁଇ ଜୀବନ୍ତ ଦଗ୍ଧ

    ଆଗକୁ ପଢନ୍ତୁ

    ଆଠଗଡ଼ : ଆଠଗଡ଼, ତିଗିରିଆ ଥାନା ବିଷ୍ଣୁପୁରରେ ଅଘଟଣ। କାଳବୈଶାଖୀ ସହ ବଜ୍ରପାତ ଘଟି ଜଳିଗଲା କୁଡିଆ l କୁଡିଆ ଭିତରେ ଆଶ୍ର୍ରୟ ନେଇଥିବା ଦୁଇ ଜଣ ଜୀବନ୍ତ ଦଗ୍ଧ l ସେମାନେ ହେଲେ ସେହି ଗାଁର ୩୦ ବର୍ଷୀୟ ମନ୍ଦର ଧର ପତି (୩୦) , ୫୦ ବର୍ଷୀୟ ନବଘନ ରାଉତ। ବିଲକୁ ଚାଷକାମ ପାଇଁ ଯାଇଥିବା ବେଳେ ଅଚାନକ ବର୍ଷା ଘଡଘଡି ହୋଇଥିଲା। ଏଥିରୁ ବର୍ତ୍ତିବାକୁ କୁଡିଆ ଭିତରେ ଉଭୟେ ଆଶ୍ର୍ରୟ ନେଇଥିଲେ। କିନ୍ତୁ ସେହି କୁଡିଆ ଉପରେ ହିଁ ମାଡ଼ ହୋଇଥିଲା ବଜ୍ରାଘାତ। ଫଳରେ ଭିତରେ ଆଶ୍ରୟ ନେଇଥିବା ସମ୍ପୃକ୍ତ ଦୁଇଜଣ ଜୀବନ୍ତ ଦଗ୍ଧ ହୋଇଥିଲେ।

    ଅପରପକ୍ଷେ ଘଟଣାସ୍ଥଳରେ ତିଗିରିଆ ପୋଲିସ ଓ ଅଗ୍ନିଶମ୍ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରିଛନ୍ତି। ତେବେ ମୃତଦେହ ଆଣିବାକୁ ଆମ୍ବୁଲାନ୍ସ ନ ମିଳିବାରୁ ପ୍ରାୟ ୮ କିମି କାନ୍ଧରେ ଶବକୁ ବୋହିଥିଲେ ପରିବାର ଲୋକ। ଏଥିରେ ଉତ୍ତ୍ୟକ୍ତ ହୋଇ ମୃତକଙ୍କ ପରିବାର ସମେତ ସ୍ଥାନୀୟ ଲୋକ ଖୁଣ୍ଟୁଣୀ-ନରସିଂହପୁର ୬୫ ନମ୍ୱର୍ ରାଜପଥ ଅବରୋଧ କରିଥିଲେ। ତିଗିରିଆ ଗୋହିରମୁଣ୍ଡ ଛକ ନିକଟରେ ଶବ ରଖି ରାସ୍ତା ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଜନତା। ଶେଷରେ ଆଠଗଡ଼ ଡେପୁଟି କଲେକ୍ଟର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପ୍ରାୟ ଦୁଇଘଣ୍ଟା ପରେ ଅବରୋଧ ହଟିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    75 %
    0.6kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ