Sunday, March 29, 2026
27.4 C
Odisha

    ବଡ଼ ଡକାୟତି ମାମଲାର ପର୍ଦ୍ଦାଫାଶ, ୯ ଡକାୟତ ଗିରଫ

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା : ଝାରସୁଗୁଡ଼ା ପୋଲିସକୁ ବଡ଼ ସଫଳତା ।  ବଡ଼ ଡକାୟତି ମାମଲାର ପର୍ଦ୍ଦାଫାଶ ।  ୯ ଡକାୟତ ଗିରଫ, ପ୍ରାୟ ଦେଢଲକ୍ଷ ଟଙ୍କା ଜବତ ।  ୨ତାରିଖ ରାତିରେ ଝାରସୁଗୁଡା ଜିଲ୍ଲା ଲାଇକେରା ଥାନା ତାଲମୁଣ୍ଡା ଗାଁରେ ହୋଇଥିଲା ଡକାୟତି । ବିଳମ୍ବିତ ରାତିରେ ପ୍ରାୟ ୫ଜଣ ମୁଖାପିନ୍ଧା ଡକାୟତ ବ୍ୟବସାୟୀ ପ୍ରକାଶ ନାୟକଙ୍କ ଘର କବାଟ ଭାଙ୍ଗି ପଶିଥିଲେ ।  ପରିବାର ଲୋକଙ୍କୁ ବନ୍ଧୁକ ଓ ଖଣ୍ଡା ଦେଖାଇ ଡକାୟତମାନେ ୭ ଲକ୍ଷ ଟଙ୍କା ନଗଦ ଏବଂ ପ୍ରାୟ ୧୫ ଭରି ସୁନା ଗହଣା ଲୁଟି ନେଇଥିଲେ। ପ୍ରକାଶ ଏହାର ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିବାରୁ ତାଙ୍କ କାନ୍ଧରେ ଗଭୀର ଆଘାତ ଲାଗିଥିଲା।

    ଏହି ଘଟଣାକୁ ଗୁରୁତର ସହ ନେଇ ଝାରସୁଗୁଡ଼ା ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ ଓ ସାଇବର ସେଲର ସହାୟତାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ୯ଜଣ ଡକାୟତଙ୍କୁ ଗିରଫ କରାଯିବା ସହ ବହୁ ପରିମାଣର ସୁନା ଚେନ୍, ମଙ୍ଗଳସୂତ୍ର, ମୁଦି, ଚୁଡ଼ି ସହ ରୁପା ଅଳଙ୍କାର ଜବତ ହୋଇଛି। ନଗଦ ଏକଲକ୍ଷ ୪୩ ହଜାର ୮୦୩ ଟଙ୍କା, ୮ଟି ମୋବାଇଲ୍ ଫୋନ୍, ଲୁଟରେ ବ୍ୟବହୃତ ବୋଲେରୋକୁ ପୋଲିସ ଜବତ କରିଛି। ଏହି ମାମଲାରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ସେ ନେଇ ଅଧିକ ତଦନ୍ତ ଚାଲିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.4 ° C
    27.4 °
    27.4 °
    38 %
    2.3kmh
    0 %
    Sun
    28 °
    Mon
    40 °
    Tue
    38 °
    Wed
    39 °
    Thu
    41 °

    ସମ୍ବନ୍ଧିତ