Sunday, February 15, 2026
28 C
Odisha

    ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ ଜାମିନ ଆବେଦନ ସ୍ଥଗିତ, ସୋମବାର ହେବ ପରବର୍ତ୍ତୀ ଶୁଣାଣି

    ଆଗକୁ ପଢନ୍ତୁ

    ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ ଜାମିନ ଆବେଦନ ସ୍ଥଗିତ । ଜାମିନ ଆବେଦନ ମାମଲାରେ ଦିଲ୍ଲୀ ହାଇକୋର୍ଟ ସୋମବାର ପର୍ଯ୍ୟନ୍ତ ଶୁଣାଣିକୁ ସ୍ଥଗିତ କରିଛନ୍ତି । ଆଦାଲତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୬ ଫେବୃଆରୀରେ କରିବେ । ଶୁଣାଣି ସମୟରେ ଅଭିନେତାଙ୍କ ପକ୍ଷରେ ଉପସ୍ଥିତ ଓକିଲ କୋର୍ଟକୁ ଜଣାଇଥିଲେ ଯେ, ସେ ତାଙ୍କ କ୍ଲାଏଣ୍ଟଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କ ସହ କଥା ହୋଇପାରିଲେ ନାହିଁ ।

    ଓକିଲ କହିଥିଲେ ଯେ, ଜାମିନ ଆବେଦନ ଦାଖଲ ହୋଇଛି ଏବଂ ପ୍ରତିପକ୍ଷକୁ ଉତ୍ତର ପ୍ରଦାନ ପାଇଁ ସମୟ ଦେବା ଆବଶ୍ୟକ । ଏହାସହ ମାମଲାକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ଅନୁରୋଧ କରାଯାଇଥିଲା । ଓକିଲ ଏହା କହିଥିଲେ କି ସେ ପରବର୍ତ୍ତୀ ତାରିଖରେ ବିସ୍ତୃତ ଦଲିଲ୍ ସହ ଆଦାଲତରେ ଉପସ୍ଥିତ ହେବେ ।

    ସୂଚନାଯୋଗ୍ୟ, ରାଜପାଲ ଯାଦବଙ୍କ ପକ୍ଷରୁ ତାଙ୍କ ବଡ଼ ଭାଇଙ୍କ ଝିଅର ବିବାହ ଅବସରରେ ଯୋଗଦେବା ପାଇଁ ଅନ୍ତରୀଣ ଜାମିନ ଆବେଦନ କରାଯାଇଥିଲା । ରାଜପାଲଙ୍କ ଓକିଲ କୋର୍ଟଙ୍କୁ ଭରସା ଦେଇଥିଲେ କି, ବଳକା ଟଙ୍କା କୋର୍ଟରେ ଜମା କରିବାକୁ ପ୍ରତୁତ ଅଛନ୍ତି । ରାଜପାଲଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ଠାରୁ ଆରମ୍ଭ କରି ଅନ୍ୟ ଲୋକମାନେ ସହାୟତା ହାତ ବଢାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    27 %
    2kmh
    3 %
    Sun
    32 °
    Mon
    33 °
    Tue
    34 °
    Wed
    35 °
    Thu
    36 °

    ସମ୍ବନ୍ଧିତ