Wednesday, August 12, 2026
30.1 C
Odisha

    ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍‌ : ଟିକେଟ ଦର କମାଇଲା ଓସିଏ

    ଆଗକୁ ପଢନ୍ତୁ

    ବାରବାଟୀ ଦିନିକିଆ ପାଇଁ କମିଲା ଟିକେଟ ଦର। ଓସିଏ ଫେବୃୟାରୀ ୯ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ମ୍ୟାଚ୍‌ ପାଇଁ ଟିକେଟ ଦର ସର୍ବନିମ୍ନ ୧୦୦ ଟଙ୍କା ହ୍ରାସ କରିଛି। ପ୍ରଥମେ ଗ୍ୟାଲେରୀ ୧ ଓ ୩ର ଟିକେଟ ଦର ୧୨୦୦ ରହିଥିଲା। ଏବେ ଏହା ୧୧୦୦ ହୋଇଛି। ୧୫୦୦ ଥିବା ଗ୍ୟାଲେରୀ ୫ର ଦର ୧୨୦୦ ହୋଇଛି। ଗ୍ୟାଲେରୀ ୨ ଓ ୪ର ଦର୧୦୦୦ ଥିବା ବେଳେ ଏହା ୯୦୦ ହୋଇଛି। ଗ୍ୟଲେରୀ ୭ର ଦର ୮୦୦ ଥିବା ବେଳେ ଏହା ୭୦୦ ହୋଇଛି। ସ୍ପେଶାଲ ଏନ୍‌କ୍ଲୋଜର ୭ ହଜାର ଥିବା ବେଳେ ଏହା ୬ ହଜାର ହୋଇଛି। ଏସି ଗ୍ୟାଲେରୀ ବକ୍ସର ଦର ୯ ହଜାର ଥିବା ବେଳେ ଏହା ୮ ହଜାର ହୋଇଛି। ମାତ୍ର କର୍ପୋରେଟ ବକ୍ସ ୨୦ ହଜାର, ନିଉ ପ୍ୟାଭିଲିଅନ୍‌ ୧୦ ହଜାର ସହ ଅପରିବର୍ତ୍ତିତ ରହିଛି। ଏନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.1 ° C
    30.1 °
    30.1 °
    71 %
    1.9kmh
    96 %
    Wed
    29 °
    Thu
    29 °
    Fri
    25 °
    Sat
    25 °
    Sun
    28 °

    ସମ୍ବନ୍ଧିତ