Wednesday, October 14, 2026
23 C
Odisha

    ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହେଲେ ମିଳିବ ସୁଭଦ୍ରା : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

    ଆଗକୁ ପଢନ୍ତୁ

    ଭୁବନେଶ୍ବର   :   ୬୦ ବର୍ଷ ପୂରଣ କରିବା ପରେ ସୁଭ୍ରଦା ଯୋଜନାରୁ ବାଦ୍ ପଡୁଥିବା ମହିଳାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯିବ। କିନ୍ତୁ ସେମାନେ ବାର୍ଦ୍ଧକ୍ୟ ଭତ୍ତା ଯୋଗ୍ୟତା ମାନଦଣ୍ଡ ପୂରଣ କରିବା ଆବଶ୍ୟକ। ଗତକାଲି ବିଧାନସଭା ପରିସରରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହେଉଥିବେ ତାହେଲେ ସେମାନଙ୍କୁ ଭତ୍ତା ପ୍ରଦାନ କରିବାରେ ସମସ୍ୟା ନାହିଁ। ଯଦି ଭତ୍ତା ନ ମିଳିଥାଏ ତାହେଲେ ସେମାନଙ୍କୁ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି, ସୁଭଦ୍ରାର ତୃତୀୟ କିସ୍ତି ବେଳକୁ ପ୍ରାୟ ୯୩ ହଜାର ମହିଳା ୬୦ ବର୍ଷ ଅତିକ୍ରାନ୍ତ କରିଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସେମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏ ସମ୍ପର୍କିତ ଫାଇଲ୍‌ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଛି। କିନ୍ତୁ ସୁଭଦ୍ରା ପାଉଥିବା ମହିଳା ଭତ୍ତା ପାଇବା ପାଇଁ ଯୋଗ୍ୟ କି ନୁହେଁ, ତାହା ଅନୁଧ୍ୟାନ କରାଯିବ। ଯୋଗ୍ୟ ବିବେଚିତ ପୂର୍ବତନ ସୁଭଦ୍ରା ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବାରେ ସମସ୍ୟା ନାହିଁ। କିନ୍ତୁ ଯେଉଁମାନେ ଯୋଗ୍ୟତା ପୂରଣ କରୁ ନଥିବେ ସେମାନଙ୍କୁ ସରକାର ସୁଭଦ୍ରା କିସ୍ତି ପ୍ରଦାନ ଜାରି ରଖିବେ। ଏ ନେଇ ମନ୍ତ୍ରୀ ଓ ଅଧିକାରୀମାନେ ବସି ଆଲୋଚନା କରିବା ପରେ ବିଧିବଦ୍ଧ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ସୂଚନାଯୋଗ୍ୟ ଯେ, ୬୦ ବର୍ଷ ଅତିକ୍ରାନ୍ତ ପରେ ସୁଭଦ୍ରାରୁ ବାଦ୍ ପଡ଼ୁଥିବା ସମସ୍ତ ମହିଳାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ହେଲେ ଦୁଇ ଦିନ ତଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ପତ୍ର ଲେଖି ଜଣାଇ ଦିଆଯାଇଥିଲା ଯେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ କୌଣସି ସ୍ବତନ୍ତ୍ର ପ୍ରାବଧାନ ନାହିଁ। ଅନ୍ୟ ସାଧାରଣ ବରିଷ୍ଠ ନାଗରିକଙ୍କ ପରି ସେମାନେ ମଧ୍ୟ ଭତ୍ତା ପାଇଁ ଆବେଦନ କରିବେ ଏବଂ ଯୋଗ୍ୟତା ଆଧାରରେ ସେମାନଙ୍କୁ ବିଭାଗ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    93 %
    1.6kmh
    5 %
    Wed
    23 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ