Wednesday, October 14, 2026
23 C
Odisha

    ବିଜିୟୁ ପକ୍ଷରୁ ବିବିଏ ଛାତ୍ରଛାତ୍ରୀମାନଙ୍କ ପାଇଁ ‘ଶିକ୍ଷାରମ୍ଭ ଦିବସ’ ଆୟୋଜିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ବିର୍ଲା ଗ୍ଲୋବାଲ୍ ୟୁନିଭରସିଟି (ବିଜିୟୁ) ପକ୍ଷରୁ ବ୍ୟାଚଲର୍ ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍ (ବିବିଏ) ୨୦୨୬–୩୦ ବ୍ୟାଚ୍‌ର ନୂତନ ଛାତ୍ରଛାତ୍ରୀମାନଙ୍କ ପାଇଁ ‘ଶିକ୍ଷାରମ୍ଭ ଦିବସ’ ଆୟୋଜିତ ହୋଇଯାଇଛି।
    ଏହି କାର୍ଯ୍ୟକ୍ରମରେ ନୋମୁରା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଫିନ୍‌ଟେକ୍‌ର ଭାଇସ୍ ପ୍ରେସିଡେଣ୍ଟ୍ ତଥା ଏଚ୍.ଆର୍. ମୁଖ୍ୟ ବ୍ରିଷ୍ଟି ମଣ୍ଡଳ, ସ୍ୱିଜରଲ୍ୟାଣ୍ଡ ବାସେଲ୍‌ସ୍ଥିତ ଆଇକ୍ୟୁଭିଆଇଏର ପ୍ରିନ୍ସିପାଲ୍ ଅଙ୍କୁର ଜୁତ୍‌ସୀ, ବିଜିୟୁର କୁଳପତି ପ୍ରଫେସର୍ କୁଲଭୂଷଣ ବଲୁନୀ, ବିର୍ଲା ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟର ଡିନ୍ ପ୍ରଫେସର୍ ପି. ନାୟକ, କୁଳସଚିବ ତନ୍ମୟ କୁମାର ପଟ୍ଟନାୟକ ଏବଂ ବିବିଏ ପ୍ରୋଗ୍ରାମ୍ କୋଅର୍ଡିନେଟର୍ ଡକ୍ଟର ଶାଶ୍ୱତୀ ତ୍ରିପାଠୀ ଉପସ୍ଥିତ ରହି ନୂତନ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ।

    କେବଳ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଉପରେ ନିର୍ଭର ନହୋଇ ନିଜର ନିଜସ୍ୱ ବୁଦ୍ଧିମତ୍ତା, ଦକ୍ଷତା, ଏବଂ ନେତୃତ୍ୱ ନେବାର ମନୋଭାବ ବୃଦ୍ଧି କରିବାକୁ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦିଆଯାଇଛି। ନୂତନ ବ୍ୟାଚ୍‌କୁ କ୍ୟାମ୍ପସ୍ ଜୀବନ ସହ ପରିଚିତ କରାଇବା ପାଇଁ ଜୁଲାଇ ୨୩ ରୁ ୭ ଦିନିଆ ‘ଓରିଏଣ୍ଟେସନ୍ ଏବଂ ଇମର୍ସନ୍ କାର୍ଯ୍ୟକ୍ରମ’ ଆରମ୍ଭ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    93 %
    1.6kmh
    5 %
    Wed
    23 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ