Thursday, August 13, 2026
27.5 C
Odisha

    ବିଜେଡିରୁ ନିଲମ୍ବିତ ହେଲେ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷ

    ଆଗକୁ ପଢନ୍ତୁ

    ବ୍ରହ୍ମଗିରି : ବିଜେଡିରୁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା । ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଛନ୍ତି ସରୋଜିନୀ ତରାଇ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସରୋଜିନୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ବିଜେଡି ମୁଖ୍ୟାଳୟ ଉପସଭାପତି ପ୍ରତାପ ଜେନା । ସରୋଜିନୀ ତରାଇ ବିଜେଡି ଛାଡି ବିଜେପିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା ।

    ଗତ ଶୁକ୍ରବାର ଦିନ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କିଛି ବିଜେଡି ନେତା ଏବଂ କୃଷ୍ଣପ୍ରସାଦ ବ୍ଲକର ଦୁଇଜଣ ସମିତି ସଭ୍ୟ ବିଜେପିରେ ଯୋଗ ଦେଇଥିଲେ । ସେହିପରି ସାଧାରଣ ନିର୍ବାଚନ ଆଗରୁ ବ୍ଲକ ଉପାଧ୍ୟାକ୍ଷା ମଧ୍ୟ ବିଜେପିରେ ଯୋଗ ଦେଇ ସାରିଥିଲେ । ତେଣୁ ଅଧକ୍ଷା ନିଜର ଆସନ ବଞ୍ଚାଇବା ପାଇଁ ବିଜେପିରେ ମିଶିବାକୁ ଚାଁହୁଥିଲେ । ତେବେ କିଛି ବିଜେପି ନେତାଙ୍କ ବିରୋଧ ଯୋଗୁଁ ମିଶି ପାରିନଥିଲେ ସରୋଜିନୀ ।  ଯାହାକୁ ନେଇ ଆଜି ସରୋଜିନାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    83 %
    2.4kmh
    100 %
    Thu
    27 °
    Fri
    25 °
    Sat
    25 °
    Sun
    24 °
    Mon
    26 °

    ସମ୍ବନ୍ଧିତ