Thursday, May 9, 2024
24.7 C
Odisha

    ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରାର୍ଥିନୀ ଇରାନୀ ରାୟ

    ଆଗକୁ ପଢନ୍ତୁ

    ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରାର୍ଥିନୀ ଇରାନୀ ରାୟ । ଦଳର କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ଦଳର ରାଜ୍ଯ ସଭାପତି ମନମୋହନ ସାମଲଙ୍କୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ଇରାନୀଙ୍କ ସହ ତାଙ୍କ ସ୍ବାମୀ ତଥା ବିଜେପି ନେତା ଲାଲାମନୋଜ ରାୟ ମଧ୍ଯ ବିଜେପିରୁ ଇସ୍ତଫା ଦେଇଛନ୍ତି । ଇରାନୀଙ୍କ ଅଭିଯୋଗ ଅନୁସାରେ ଗତ ୮ରୁ ୯ମାସ ଧରି ତାଙ୍କୁ ଦଳରେ ଅଣଦେଖା କରାଯାଉଥିଲା । ତାଙ୍କ ସ୍ବାମୀ ଲାଲାମନୋଜ ରାୟଙ୍କୁ ମଧ୍ଯ ଦଳୀୟ ନେତୃତ୍ବ ଅଣଦେଖା କରିବା ସହ ବିନା ଆଲୋଚନା ଜିଲ୍ଲା ବିଜେପି ସଭାପତି ପଦରୁ ହଟାଇଦେଇଥିଲେ । ଇରାନୀ ୨୦୧୯ ମସିହାରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ଲଢେଇ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    81 %
    2kmh
    21 %
    Thu
    24 °
    Fri
    39 °
    Sat
    40 °
    Sun
    40 °
    Mon
    40 °

    ସମ୍ବନ୍ଧିତ