Friday, October 16, 2026
28.4 C
Odisha

    ବିଜେପି ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବୁ: ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଜୁ ଜନତା ଦଳର ଉପଦେଷ୍ଟା କମିଟିର ବୈଠକ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧକ୍ଷତାରେ ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯୋଗଦେଇ ଦଳର ବରିଷ୍ଠ ନେତା ତଥା ଉପଦେଷ୍ଟା କମିଟିର ସଦସ୍ୟମାନେ କହିଥିଲେ ଯେ, ବିଜୁ ଜନତା ଦଳ ଗତ ନିର୍ବାଚନରେ କ୍ଷମତାଚ୍ୟୁତ ହୋଇଥିଲେ ହେଁ, ବିଭିନ୍ନ ଦଳ ପାଇଥିବା ଭୋଟ ସଂଖ୍ୟା ହିସାବରେ, ଏବେବି ରାଜ୍ୟର ଏକ ନମ୍ୱର ଦଳ ହୋଇ ରହିଛି। ତାଛଡା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେବି ଓଡିଶାବାସୀଙ୍କ ସବୁଠାରୁ ଅଧିକ ପସନ୍ଦ ନେତାର ମାନ୍ୟତା ବଜାୟ ରଖିଛନ୍ତି। ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟରେ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମକୁ ବିପୁଳ ଜନ ସମର୍ଥନ ଦେଖିବାକୁ ମିଳୁଛି। ବର୍ତ୍ତମାନର ବିଜେପି ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ବିଫଳତା ଜନ ସାଧାରଣଙ୍କ ପାଖରେ ପହଁଚିଛି। ବିଜେପି ଦ୍ୱାରା ନିର୍ବାଚନ ସମୟରେ ଦିଆଯାଇଥିବା ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ମଧ୍ୟ ଜନସାଧାରଣ ଜାଣିଲେଣି। ବିଜେପିର ମିଛ ପ୍ରତିଶ୍ରୁତିକୁ ଲୋକଙ୍କ ନିକଟରେ ସଚେତନ କରିବା ସଙ୍ଗେ ସଙ୍ଗେ ନବୀନଙ୍କ ଲୋକପ୍ରିୟତାକୁ ପାଥେୟ କରି ବିଜୁ ଜନତା ଦଳ ତାର କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବ ବୋଲି ବୈଠକରେ ସ୍ଥିର ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.4 ° C
    28.4 °
    28.4 °
    73 %
    1.8kmh
    62 %
    Fri
    29 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ