ଭୁବନେଶ୍ୱର : ବିଦାୟ ନେଉଛି ୨୦୨୫ । ଆସୁଛି ଇଂରାଜୀ ନୂଆବର୍ଷ । ଆଜି ଏବର୍ଷର ଶେଷ ସୂର୍ଯ୍ୟୋଦୟକୁ ମନଭରି ଉପଭୋଗ କରିଛନ୍ତି ଲୋକ । ଉଦିତ ସୂର୍ଯ୍ୟଙ୍କ ଆଭାରେ ଉଦଭାସିତ ହୋଇଥିଲା ଚାରିଆଡ଼ । ଚିକମିକ ଦିଶିଥିଲା ସମୁଦ୍ର ନୀଳ ଜଳରାଶି । ପୁରୀ, ମୁମ୍ବାଇ, ତାମିଲନାଡୁ, କନ୍ୟାକୁମାରୀ ଆଦି ସ୍ଥାନରେ ଲୋକଙ୍କ ଭିଡ଼ ଜମିଛି । ଇଂରାଜୀ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସଭିଏଁ ଉତ୍ସବ ମୁଖର । ପୂର୍ବ ଆକାଶରେ ସିନ୍ଦୂରା ଫିଟିବା ସହ ବିଭିନ୍ନ ବେଳାଭୂମି ଓ ପର୍ଯ୍ୟଟନ ସ୍ଥଳୀରେ ଭିଡ଼ ବଢ଼ିଛି । ପରିବାର ଓ ବନ୍ଧୁଙ୍କ ସହ ଭୋଜିଭାତ ପାଇଁ ଲୋକମାନେ ବୁଲି ଆସିଛନ୍ତି । ସକାଳେ ସ୍ନାନ କରି ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ବାଢ଼ିବା ନୂଆବର୍ଷରେ ଶାନ୍ତି,ସୁଖ ଓ ସମୃଦ୍ଧି କାମନା କରିଛନ୍ତି ଲୋକ ।

