Monday, October 19, 2026
21.6 C
Odisha

    ହରମନପ୍ରୀତଙ୍କ ଅର୍ଦ୍ଧଶତକ; ଭାରତ ଟି୨୦ ଶୃଙ୍ଖଳା ପୋଛିଲା

    ଆଗକୁ ପଢନ୍ତୁ

    ତିରୁୱନନ୍ତପୁରମ୍‌ : ଶ୍ରୀଲଙ୍କା ମହିଳା ଦଳ ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳାକୁ ୫-୦ରେ ପୋଛିନେଇଛି ଘରୋଇ ଭାରତ। ମଙ୍ଗଳବାର ପଞ୍ଚମ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୧୫ ରନ୍‌ରେ ଭାରତୀୟ ମହିଳା ଦଳ ପରାସ୍ତ କରିଛି। ହରମନପ୍ରୀତ କୌରଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଭାରତୀୟ ମହିଳା ଦଳ ୭ ୱିକେଟ୍‌ରେ ୧୭୫ ରନ୍‌ କରିଥିଲା। ପରେ ହାସିନୀ ପରେରା ଓ ଇମେଶା ଦୁଲାନିଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଶ୍ରୀଲଙ୍କାକୁ ୭ ୱିକେଟ୍‌ରେ ୧୬୦ ରନ୍‌ରେ ସୀମିତ ରଖିଥିଲା ଭାରତ। ଟସ୍ ଜିତି ଶ୍ରୀଲଙ୍କା ଫିଲ୍‌ଡିଂ କରିଥିଲା। ଭାରତୀୟ ମହିଳା ଦଳ ୨୭ ରନ୍‌​‌େ​‌ର ୨ଟି ଏବଂ ପରେ ୭୭ ରନ୍‌ରେ ୫ଟି ୱିକେଟ୍‌ ହରାଇଥିଲା। ଫର୍ମରେ ଥିବା ଓପ୍‌ନ ଶେଫାଳି ବର୍ମା ୫ ରନ୍‌କରି ଆଉଟ୍‌ ହୋଇଥିଲେ। ସ୍ମୃତି ମାନ୍ଧାନାଙ୍କ ସ୍ଥାନରେ ଖେଳି ପଦାର୍ପଣ କରିଥିବା ଜି. କମଳିନୀ ୨ଟି ଚୌକା ସହ ୧୨ ରନ୍‌କରି ବିଦାୟ ନେଇଥିଲେ। ହର୍ଲିନ ଦେଓଲ ୨ଟି ଚୌକା ସହ ୧୩ ରନ୍‌ କରିଥିଲେ। ପରେ ଅଧିନାୟିକା ହରମନପ୍ରୀତ କୌର ଗୋଟିଏ ପଟେ ଛିଡ଼ା ହୋଇଥିବା ବେଳେ ଅନ୍ୟପଟୁ ଭାରତ ଜଲ୍‌ଦି ଆଉ ୨ଟି ୱିକେଟ୍‌ ହରାଇଥିଲା। ରିଚା ଘୋଷ ୫ ଓ ଦୀପ୍ତି ଶର୍ମା ୭ ରନ୍‌କରି ବିଦାୟ ନେଇଥିଲେ। ଭାରତ ୧୩ ଓଭରରେ ୫ ୱିକେଟ୍‌ ହରାଇ ୮୬ ରନ୍‌ କରିଥିଲା। ହେଲେ ହରମନପ୍ରୀତ ଏବଂ ତଳ ଅର୍ଡର ବ୍ୟାଟରଙ୍କ ସଫଳତା ଯୋଗୁଁ ଭାରତ ଶେଷ ୭ ଓଭରରେ ୮୯ ରନ୍‌ କରି ପାରିଥିଲା। ଅମନଜୋତ କୌର ୧୮ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୧ ଏବଂ ଅରୁନ୍ଧତି ରେଡ୍‌ଡୀ ସଂକ୍ଷିପ୍ତ ବିସ୍ଫୋରକ ଇନିଂସ ଖେଳି ୧୧ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୭ ରନ୍‌କରି ଅପରାଜିତ ଥିଲେ। ରଶ୍ମିକା ସେୱାଣ୍ଡି ଓ ଚମାରି ଅଟ୍ଟାପଟୁ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

    ୧୭୬ ରନ୍‌ ଳକ୍ଷ୍ୟରେ ଶ୍ରୀଲଙ୍କା ସହଳ ଅଧିନାୟିକା ଚମାରି ଅଟ୍ଟାପଟୁ (୨)ଙ୍କ ୱିକେଟ୍‌ ହରାଇଥିଲା। ପରେ ହାସିନୀ ପରେରା ଓ ଇମେଶା ଦୁଲାନି ଲଢ଼ୁଆ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁହେଁ ଦ୍ବିତୀୟ ୱିକେଟ୍‌ ପାଇଁ ୯୫ ବଲ୍‌ରୁ ୭୯ ରନ୍‌ ଯୋଡ଼ିଥିଲେ। ଦୁଲାନି ଆକ୍ରମଣ କରି ୩୯ ବଲ୍‌ରୁ ୮ଟି ଚୌକା ସହ ୫୦ ରନ୍‌କରି ଆଉଟ୍‌ ହୋଇଥିଲେ। ଶ୍ରୀଲଙ୍କାର ମଧ୍ୟକ୍ରମ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ହାସିନୀ ପରେରା ୪୨ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୬୫ ରନ୍‌ କରିଥିଲେ। ରଶ୍ମିକା ସେୱାଣ୍ଡି ୧୧ ରନ୍‌କରି ଅପରାଜିତ ଥିଲେ। ଭାରତ ୬ ବୋଲର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ହରମନପ୍ରୀତ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଏବଂ ଶେଫାଳି ବର୍ମା ପ୍ଲେୟର ଅଫ୍ ଦି ସିରିଜ୍‌ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ