ସମୟ ପରିବର୍ତ୍ତନ ହେବା ସହିତ ଲୋକଙ୍କ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଛି । ଖାଇବାଠାରୁ ଆରମ୍ଭ କରି ଡ୍ରେସିଂ ଷ୍ଟାଇଲ ପର୍ଯ୍ୟନ୍ତ । ବର୍ତ୍ତମାନ ସମୟର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ପୂର୍ବ ଅପେକ୍ଷା ବହୁତ ବଦଳିଯାଇଛନ୍ତି । ଯେମିତିକି ରାତିଦିନ ଖାଇବା ପିଇବା ଭୁଲି ଲୋକମାନେ ଅହରହ ଲ୍ୟାପଟପ୍ ଏବଂ ମୋବାଇଲରେ ଲାଗି ରହୁଛନ୍ତି । ଫଳରେ ଦୈନନ୍ଦୀନ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ।
ଆଗରୁ ଲୋକମାନେ ସକାଳୁ ଉଠି ଶୀଘ୍ର ଖାଇବା ସହ ରାତିରେ ମଧ୍ୟ ସେହିପରି ଶୀଘ୍ର ଖାଇ ଶୋଉଥିଲେ । ଯାହାଫଳରେ ସେମାନେ ବର୍ତ୍ତମାନ ଜେନେରେସନ୍ ପିଲାଙ୍କ ଅପେକ୍ଷା ଫିଟ୍ ରହିଛନ୍ତି । ସୁସ୍ଥ ରହିବା ପାଇଁ ହେଲେ ଦୈନନ୍ଦିନ କାର୍ଯ୍ୟରେ ସଠିକ୍ କାମ କରିବା ଉଚିତ୍ । ଦୈନନ୍ଦିନ ଜୀବନରେ ପରିବର୍ତ୍ତନ ଆସିଲେ ଅନେକ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖିବାକୁ ମିଳିଥାଏ ।
କିଛି ଲୋକ ବିଳମ୍ବରେ ରାତ୍ରୀ ଭୋଜନ କରନ୍ତି ଏବଂ ଖାଇସାରିବା ପରେ ସିଧା ଶୋଇଯାଆନ୍ତି । ବିଳମ୍ବିତ ରାତ୍ରୀ ଭୋଜନ କରିବାର ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଦୀର୍ଘ ସମୟ ଧରି ଏହା କରିବା ଦ୍ୱାରା ଶରୀରରେ ଅନେକ ବିପଦଜନକ ରୋଗର ସାମ୍ନା କରିବାକୁ ପଡିଥାଏ । ଜାଣନ୍ତୁ ବିଳମ୍ବିତ ରାତ୍ରୀ ଭୋଜନ କରିବାର କ’ଣ କ୍ଷତି ଅଛି ଏବଂ ରାତିରେ କେତେ ସମୟ ମଧ୍ୟରେ ରାତ୍ରୀ ଭୋଜନ କରିବା ଉଚିତ ।
ବିଳମ୍ବିତ ରାତିରେ ଖାଇବା ଦ୍ବାରା ସଠିକ୍ ଭାବରେ ଖାଦ୍ୟ ହଜମ ହୋଇ ନଥାଏ । ଯାହା ପାଚନ ସମସ୍ୟା ସୃଷ୍ଟି କରିଥାଏ । ଗ୍ୟାସ୍, ଏସିଡିଟି, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଉପୁଜେ। କେତେକ ସମୟରେ ବିଳମ୍ବିତ ରାତିରେ ଖାଇବା ଦ୍ୱାରା ନିଦ ମଧ୍ୟ ବାଧାପ୍ରାପ୍ତ ହୁଏ ।
ବିଳମ୍ବିତ ରାତିରେ ଖାଇବା ଫଳରେ ଓଜନ ବୃଦ୍ଧି ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଯାହା ଖାଦ୍ୟ ହଜମ ନକରି ଚର୍ବି ସୃଷ୍ଟି କରେ । ଖାଇ ସାରିବା ପରେ ତୁରନ୍ତ ଶୋଇଯିବା ମାତ୍ରେ ଓଜନ ବୃଦ୍ଧିର ମୁଖ୍ୟ କାରଣ ହୋଇଯାଏ । ଯେଉଁମାନେ ବିଳମ୍ବିତ ରାତିରେ ଖାଆନ୍ତି, ସେମାନଙ୍କର ମେଟାବୋଲିଜିମ୍ ଧୀର ହୋଇଯାଏ । ଫଳରେ ଖାଦ୍ୟରୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଉତ୍ପାଦନ ହୁଏ ନାହିଁ । ଯାହାଦ୍ବାରା ଶରୀରରେ ମେଦବହୁଳତା ବୃଦ୍ଧି ପାଏ ।
ଏତିକି ନୁହେଁ ବରଂ ଡାଇବେଟିସ୍ ରୋଗୀଙ୍କ ପାଇଁ ଖରାପ ହୋଇଥାଏ ଏହି ସବୁ ଅଭ୍ୟାସ । ଏଭଳି ଅଭ୍ୟାସ ଦ୍ବାରା ରକ୍ତ ଶର୍କରା ସ୍ତର ହ୍ରାସ କରିବାର ଆଶଙ୍କାକୁ ବଢାଇ ଦେଇଥାଏ । ଖାଇବାରେ ସଠିକତା ନଥିଲେ ନିଦରେ ମଧ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଏହା ବ୍ୟତୀତ ହାର୍ଟ ରୋଗର ଆଶଙ୍କାକୁ ବଢାଇଥାଏ ବିଳମ୍ବିତ ରାତି ଭୋଜନ ।
ତେବେ କେଉଁ ସମୟରେ ଖାଇବା ଦ୍ବାରା ଆମେ ସୁସ୍ଥ ରହିଥାଉ ଆସନ୍ତୁ ସେ ସମ୍ପର୍କରେ ଜାଣିବା । ସନ୍ଧ୍ୟା ୭ଟା ସୁଦ୍ଧା ରାତ୍ରୀଭୋଜନ କରିବା ଉଚିତ । ଯାହା ରାତ୍ରୀଭୋଜନ ଏବଂ ଶୋଇବା ମଧ୍ୟରେ ଅତି କମରେ ୨-୩ ଘଣ୍ଟାର ବ୍ୟବଧାନ ରହିବ । ଯଦି ଆପଣଙ୍କର ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ ରହିଛି ତେବେ ଯେକୌଣସି ପରିସ୍ଥିତିରେ ଆପଣ ରାତି ୮ଟା ସୁଦ୍ଧା ଆପଣଙ୍କର ଖାଦ୍ୟ ଖାଇଦେବା ଉଚିତ୍ । ଏହା ପରେ ଆପଣ ପାଣି ପିଇପାରିବେ। ଏହା ଖାଦ୍ୟ ହଜମ କରିବା ସହଜ କରିବ ।