Wednesday, October 14, 2026
24.8 C
Odisha

    ବିଶ୍ରାମ ନେଉଥିଲେ ଯୁବକ; ଝାମ୍ପିନେଲା ଚିତାବାଘ…

    ଆଗକୁ ପଢନ୍ତୁ

    ନବରଙ୍ଗପୁର ଜିଲା ଓଡ଼ିଶା ଛତିଶଗଡ଼ ସୀମାନ୍ତ କାଁକେର ବନଖଣ୍ଡ ଅଧୀନ କୋଦାଗାଁ ଅଞ୍ଚଳରେ ବାଘ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୋଦାଗାଁ ବଜାରପାରା ନିବାସୀ ଦ୍ୱାରକା ଦେଉରି। ବୁଧବାର ସନ୍ଧ୍ୟା ପ୍ରାୟ ୭ଟା୩୦ରେ ବଜାର କାମ ସାରି ଚାଲି ଚାଲି ନିଜ ଘରକୁ ଫେରୁଥିଲେ। ଥକି ଯିବାରୁ ସେ ଏକ ସ୍ଥାନରେ ବିଶ୍ରାମ ନେଉଥିଲେ। ଏହି ସମୟରେ ହଠାତ୍‌ ଏକ ଚିତାବାଘ ତାଙ୍କୁ ଜଙ୍ଗଲ ଭିତରକୁ ଟାଣି ନେଇଥିଲା। କେତେଜଣ ପଥଚାରୀ ରକ୍ତ ଛିଟା ଓ ଚପଲ ଦେଖି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ପରେ ଗ୍ରାମବାସୀ ଏକାଠି ହୋଇ ରାସ୍ତାଠାରୁ ୨୦୦ ମିଟର ଦୂରରେ ଥିବା ଜଙ୍ଗଲକୁ ଯାଇଥିଲେ। ସେଠାରେ ଦ୍ୱାରିକାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.8 ° C
    24.8 °
    24.8 °
    79 %
    0.6kmh
    77 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ