Monday, October 19, 2026
21.9 C
Odisha

    ଓଡ଼ିଶାର ଏହି ଜିଲ୍ଲାରେ ଅଛି ସୁନା ଖଣି !

    ଆଗକୁ ପଢନ୍ତୁ

    ଓଡିଶା ମାଟି ଖଣିଜ ସମ୍ପଦ ଭରା ହୋଇଥିବା ବେଳେ ରାଜ୍ୟର ଦୁଇଟି ଜିଲାରେ ସୁନାର ସନ୍ଧାନ ମିଳିଛି। ଏନେଇ ଇସ୍ପାତ ଏବଂ ଖଣିଜ ସମ୍ପଦ ମନ୍ତ୍ରୀ ବିଭୁତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଛନ୍ତି।
    ଜଳେଶ୍ୱର ବିଧାୟକ ଅଶ୍ବିନୀ କୁମାର ପାତ୍ର ଏବଂ ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଗୃହରେ ଏହି ଖୁଲାସା କରିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଦେଓଗଡ଼ ଜିଲାର ଆଡସା-ରାମପାଲି ଅଞ୍ଚଳରେ ଏବଂ କେନ୍ଦୁଝର ଜିଲାର ଗପୁର-ଗାଜିପୁର ଅଞ୍ଚଳରେ ଏହି ସୁନା ଖଣିର ସନ୍ଧାନ ମିଳିଛି। ଭାରତୀୟ ଜିଓଲୋଜିକାଲ ସର୍ଭେ (ଜିଏସଆଇ) ଦେଓଗଡ ଜିଲାର ଆଡସା-ରାମପାଲୀ ଅଞ୍ଚଳରେ ଜି-୨ ସ୍ତରୀୟ ସର୍ଭେ ଶେଷ କରିଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଓଡିଶାର ଖଣି ନିର୍ଦ୍ଦେଶାଳୟର ସହଯୋଗରେ ଜିଏସଆଇ ବର୍ତ୍ତମାନ ଜି- 2 ସ୍ତରୀୟ ସର୍ଭେ ସଫଳ ହେବା ପରେ କେନ୍ଦୁଝର ଜିଲାର ଗୋପୁର-ଗାଜିପୁର ଅଞ୍ଚଳରେ ଜି-୨ ସ୍ତରୀୟ ସର୍ଭେ କରୁଛି ବୋଲି ମନ୍ତ୍ରୀ କହିଛନ୍ତି। ସର୍ଭେ କରୁଥିବା ଏଜେନ୍ସିଗୁଡିକର ଚୂଡ଼ାନ୍ତ ରିପୋର୍ଟ ପାଇବା ପରେ ବୈଷୟିକ କମିଟିର ସୁପାରିଶ ଅନୁଯାୟୀ ରାଜ୍ୟ ସରକାର ଏ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲ ମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ