Sunday, October 11, 2026
22.1 C
Odisha

    ବେଦାନ୍ତ ଆଲୁମିନିୟମ୍‌ ଲାଞ୍ଜିଗଡ ଦକ୍ଷତା ତାଲିମ କେନ୍ଦ୍ରର ଶତ ପ୍ରତିଶତ ନିଯୁକ୍ତି ସଫଳତା

    ଆଗକୁ ପଢନ୍ତୁ

    ଲାଞ୍ଜିଗଡ଼:  ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ପରିଚାଳିତ ଦକ୍ଷତା ତାଲିମ କେନ୍ଦ୍ରର ଖାଦ୍ୟ ଓ ପାନୀୟ (ଏଫ୍‌ଆଣ୍ଡ୍‌ବି)ର ୨୭ତମ ବ୍ୟାଚ୍‌ ୧୦୦% ନିଯୁକ୍ତି ସହ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।  ସମାବେଶୀ ବିକାଶ ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ପ୍ରମାଣିତ କରିଥିବା ଏହି ବ୍ୟାଚ୍‌ରେ ୭ ଜଣ ଦିବ୍ୟାଙ୍ଗ ପ୍ରାର୍ଥୀ ଥିଲେ ।  ସେହି ସମସ୍ତ ପ୍ରାର୍ଥୀଙ୍କୁ ସେବା ଓ ଆତିଥେୟତା ଉଦ୍ୟୋଗର କିଛି ଅଗ୍ରଣୀ କମ୍ପାନିରେ ନିଯୁକ୍ତି ସୁଯୋଗ ମିଳିଛି ।

    ଏହି ପ୍ରାର୍ଥୀମାନେ ଇଣ୍ଡିଗୋ, କ୍ଲବ ମହିନ୍ଦ୍ରା, ବେଲଜିଆନ ୱାଫଲ, ମିନର୍ଭା ଗ୍ରାଣ୍ଡ, ଏଭିଏନ ଗ୍ରୁପ, ଶ୍ରୀ ନେଚର ଭାଲି ଓ ଗଲ୍‌ଫ କ୍ଲବ୍ ଭଳି ସୁନାମଧନ୍ୟ କମ୍ପାନିମାନଙ୍କରେ ଯୋଗ ଦେଇଛନ୍ତି ।  ଏହା କଳାହାଣ୍ଡି ଭଳି ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଅନ୍ତର୍ଭୁକ୍ତିମୂଳକ, ଦକ୍ଷତା-ଭିତ୍ତିକ ନିଯୁକ୍ତି ପ୍ରତି ଶିଳ୍ପ ଅଂଶୀଦାରମାନଙ୍କ ବଢ଼ୁଥିବା ବିଶ୍ୱାସକୁ ପ୍ରତିଫଳିତ କରୁଛି ।

    ସ୍ଥାୟୀ ଜୀବିକା ସୃଷ୍ଟି, ତୃଣମୂଳ ଅର୍ଥନୈତିକ ବିକାଶକୁ ସୁଦୃଢ଼ କରିବା ଓ ବିକଶିତ ଭାରତର ଜାତୀୟ ଏଜେଣ୍ଡାକୁ ସମର୍ଥନ କରିବା ପାଇଁ କମ୍ପାନିର ରହିଥିବା ଦୀର୍ଘକାଳୀନ ଲକ୍ଷ୍ୟର ଅଂଶ ସ୍ୱରୂପ ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ) ଓ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ସହଯୋଗିତାରେ ଭବାନୀପାଟଣା ଓ ଲାଞ୍ଜିଗଡ଼ରେ ଆୟୋଜନ କରାଯାଉଛି । ଏହି ପ୍ରୟାସଟି ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ (SDGs), ବିଶେଷକରି SDG 1 – ଦାରିଦ୍ର୍ୟ ମୁକ୍ତ ଏବଂ SDG 8 – ଉପଯୁକ୍ତ କାର୍ଯ୍ୟ ଏବଂ ଆର୍ଥିକ ଅଭିବୃଦ୍ଧି ସହିତ ରଣନୀତିକ ଭାବରେ ସଂଲଗ୍ନ।

    ଏହି କାର୍ଯ୍ୟକ୍ରମରେ ନାମଲେଖାଇଥିବା ଅଧିକାଂଶ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ଦୁର୍ଗମ ଗ୍ରାମାଂଚଳରୁ ଆସିଛନ୍ତି ଯେଉଁମାନଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତିର ପଥ ଅତ୍ୟନ୍ତ ସୀମିତ । ଢାଞ୍ଚାଗତ ବୈଷୟିକ ତାଲିମ, କର୍ମକ୍ଷେତ୍ର ପାଇଁ ପ୍ରସ୍ତୁତି ପାଠ୍ୟକ୍ରମ ଓ ନିଯୁକ୍ତିଦାତା ସଚେତନତା ଅଧିବେଶନ ଜରିଆରେ ବେଦାନ୍ତ ଲାଞ୍ଜିଗଡ଼ ଦକ୍ଷତା ତାଲିମ କେନ୍ଦ୍ର ସେମାନଙ୍କୁ ବିଶ୍ୱାସ ଓ ସମ୍ମାନର ସହ ମୁଖ୍ୟଧାରା ଶ୍ରମଶକ୍ତିରେ ଯୋଡ଼ିହେବାକୁ ସକ୍ଷମ କରୁଛି ।

    ଏହି ଅଭିଯାନ ସମ୍ପର୍କରେ ବେଦାନ୍ତ ଆଲୁମିନା ବିଜନେସର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, “ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କୁ ତାଲିମ କେନ୍ଦ୍ରରୁ ମୁଖ୍ୟଧାରା କାର୍ଯ୍ୟକ୍ଷେତ୍ର ପର୍ଯ୍ୟନ୍ତ ରୂପାନ୍ତରିତ ହେବାରେ ସକ୍ଷମ କରି ଆମେ ଦର୍ଶାଇଛୁ ଯେ ସମାବେଶୀ ନିଯୁକ୍ତି ପ୍ରଦାନ କେବଳ ଏକ ସାମାଜିକ ଅଭିଯାନ ନୁହେଁ, ବରଂ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ଷେତ୍ର ଆବଶ୍ୟକତା । ଏହି ମାଇଲଖୁଣ୍ଟ ଆମର ସେହି ବିଶ୍ୱାସକୁ ଦୃଢ଼ କରୁଛି ଯେ ଯେତେବେଳେ ଶିଳ୍ପ ଆବଶ୍ୟକତା ସହ ଦକ୍ଷତା ବିକାଶକୁ ସମନ୍ୱିତ କରାଯିବ ଏବଂ ସଠିକ୍ ବ୍ୟବସ୍ଥା ସହ ତାହାକୁ ସମର୍ଥନ କରାଯିବ ସେତେବେଳେ ତାହା ଉଭୟ ସାମାଜିକ ଓ ଅର୍ଥନୈତିକ ମୂଲ୍ୟ ପ୍ରଦାନ କରିବ ।’’

    ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧିନରେ ୩ ବର୍ଷରେ ୧୩୦୦ରୁ ଅଧିକ ଗ୍ରାମୀଣ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଅଭିଯାନ ଅଧୀନରେ ୯୪୧ରୁ ଅଧିକ ଯୁବକଯୁବତୀଙ୍କୁ ତାଲିମ ଦିଆଯାଇସାରିଲାଣି ଯାହା ଏହି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।

    ସ୍ୱତନ୍ତ୍ର ଦକ୍ଷତାର ଯୁବକଯୁବତୀମାନଙ୍କୁ ସ୍ଥାୟୀ ଓ ସମ୍ମାନଜନକ ଜୀବିକା ହାସଲ କରିବାରେ ସକ୍ଷମ କରି ଏହି ଅଭିଯାନ କେବଳ ପରିବାରର ଆୟରେ ଉନ୍ନତି ଆଣିନାହିଁ, ବରଂ ସେମାନଙ୍କ ସାମାଜିକ-ଅର୍ଥନୈତିକ ସମନ୍ୱୟକୁ ସୁଦୃଢ଼ କରିଛି ଯାହା ଗ୍ରାମୀଣ ଓଡ଼ିଶାରେ ଅନ୍ତର୍ଭୁକ୍ତୀକରଣ ପ୍ରଗତିରେ ପରିବର୍ତନର ବାର୍ତ୍ତାବହ ଭାବେ ବେଦାନ୍ତ ଆଲୁମିନିୟମର ଭୂମିକାକୁ ଦୋହରାଉଛି ।

    ବିଗତ କିଛି ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟସେବା, ଶିକ୍ଷା, ସ୍ଥାୟୀ ଜୀବିକା, ମହିଳା ସଶକ୍ତୀକରଣ ଓ ଗୋଷ୍ଠୀ ଭିତିଭୂମି ଆଦି କ୍ଷେତ୍ରରେ ସ୍ୱତନ୍ତ୍ର ହସ୍ତକ୍ଷେପ ଜରିଆରେ ଲାଞ୍ଜିଗଡ଼ ପାରିପାଶ୍ୱିର୍କ ଅଂଚଳରେ ବେଦାନ୍ତ ଆଲୁମିନିୟମ ସାମଗ୍ରିକ ଗୋଷ୍ଠୀ ବିକାଶ ଆଣିପାରିଛି । ବର୍ତ୍ତମାନ ସୁଦ୍ଧା ଏହାର ସିଏସ୍‌ଆର୍ କାର୍ଯ୍ୟକ୍ରମ ୧,୫୦,୦୦୦ରୁ ଅଧିକ ଲୋକଙ୍କ ଜୀବନକୁ ସକାରାତ୍ମକ ଭାବେ ପ୍ରଭାବିତ କରିଥିବା ବେଳେ ଅଂଚଳର ସାମାଜିକ-ଅର୍ଥନୈତିକ ପ୍ରଗତିରେ ଏକ ପ୍ରତ୍ୟକ୍ଷ ସହଯୋଗୀ ହେବା, ଅନ୍ତର୍ଭୁକ୍ତୀକରଣ, ତୃଣମୂଳ ସ୍ତର ଆଧାରିତ ବିକାଶ, ସ୍ଥାନୀୟ ସମୁଦାୟକୁ ସଶକ୍ତ କରିବା କାର୍ଯ୍ୟକୁ କମ୍ପାନି ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ