Wednesday, June 10, 2026
34.6 C
Odisha

    ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର, ଚିକିତ୍ସା ପାଇଁ ମେଡିକାଲରେ ଅଭିଯୁକ୍ତ ଭର୍ତ୍ତି

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର । ଗିରିରୋଡରେ ଦୁଇ ଜଣଙ୍କୁ ବିଚରାସ୍ତାରେ ପିଟିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ପୋଲିସର ଏନକାଉଣ୍ଟର। ଗତକାଲି ବିଳମ୍ବିତ ରାତିରେ ଟାମଣା ଘାଟିରେ ପୋଲିସ ଓ ମୁକେଶ ମୁହାଁ ମୁହିଁ ହେବା ପରେ ମୁକେଶ ପୋଲିସ ଉପରକୁ ଗୁଳି କରିଥିଲା। ପୋଲିସ ମଧ୍ୟ ମୁକେଶ ଉପରକୁ ପାଲଟା ଗୁଳି କରିଥିଲା। ତାର ହାତରେ ଓ ଗୋଡ଼ରେ ଗୁଳି ବାଜିଛି। ତାକୁ ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଦିନେଶକୁ ମଧ୍ୟ ପୋଲିସ ଗିରଫ କରିଛି। ସେପଟେ ଗିରିରୋଡରେ ଦୁଇ ଜଣଙ୍କୁ ବିଚ୍ ରାସ୍ତାରେ ପିଟିବା ଘଟଣାରେ ୨ ଗିରଫ ।

    ଗତ ୧୮ ତାରିଖରେ ଗିରିରୋଡ଼ରେ ଉମେଶ ରଥ ନାମକ ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ ରାଜ ମାଲହୋତ୍ରା ଓ ଲିଙ୍ଗରାଜ କୁ ଗତକାଲି ରାତିରେ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ଥାନା ପୋଲିସ । ଗିରଫ ଦୁଇ ଜଣ ହେଲେ ଶ୍ରୀରାମ ନଗର ଅଞ୍ଚଳର ଭାଲୁ ସାମଲଙ୍କ ପୁତୁରା ରିଙ୍କୁ ସାମଲ ଓରଫ ଲିଙ୍ଗରାଜ ଏବଂ ବୈଦ୍ୟନାଥପୁର ଥାନା ଅଞ୍ଚଳର ରାଜ୍ ମାଲହୋତ୍ରା । ଘଟଣା ଦିନ ରାଜ ମାଲହୋତ୍ରା ଘଟଣାସ୍ଥଳରେ ଥିବା ବେଳେ ଲିଙ୍ଗରାଜ ଆକ୍ରମଣ ର ଯୋଜନା କରିଥିଲା । ଏହି ଘଟଣାରେ ମୁକେଶଙ୍କ ସାନ ଭାଇ ଆଶିଷ ସାହୁ ଫେରାର ରହିଥିବା ବେଳେ ତାକୁ ଧରିବା ପାଇଁ ପୋଲିସ ଜାଲ ବିଛାଇ ସାରିଛି l ଗତ ସୋମବାର ସନ୍ଧ୍ୟାରେ ଗଜପତି ନଗର ବାସିନ୍ଦା ଉମେଶ ରଥ ଓ ତାଙ୍କ ବାନ୍ଧବୀ ଗିରିରୋଡ଼ରେ ଯାଉଥିବା ବେଳେ ମୁକେଶ ଓ ଆଶିଷ ଦୁଇ ଭାଇ ସମେତ କିଛି ଯୁବକ ଆସି ହଠାତ୍ ଉମେଶଙ୍କୁ ବାଡ଼ିରେ ଆକ୍ରମଣ କରିଥିଲେ । ଉମେଶଙ୍କୁ ତଳେ ପକାଇ ମାଡ଼ ମାରି ଚାଲିଥିଲେ ଯୁବକମାନେ । ନୃସଂସ ଭାବେ ମାଡ଼ ମାରିବା ପରେ ରକ୍ତାକ୍ତ ଅବସ୍ଥାରେ ଉମେଶଙ୍କୁ ଛାଡ଼ିଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ଗତ ୧୬ ତାରିଖରେ ପୋଲିସର ଗୁଳି ମାଡ଼ରେ ଦିପୁନା ନାମକ ଅପରାଧୀ ଆହତ ହୋଇଥିଲା  l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.6 ° C
    34.6 °
    34.6 °
    30 %
    1.3kmh
    60 %
    Wed
    33 °
    Thu
    43 °
    Fri
    40 °
    Sat
    41 °
    Sun
    41 °

    ସମ୍ବନ୍ଧିତ