Saturday, October 17, 2026
23.8 C
Odisha

    ଆଜି ବିଜୟଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ, ୫୯ ବର୍ଷ ପରେ ଇତିହାସ ରଚିବ କଂଗ୍ରେସ

    ଆଗକୁ ପଢନ୍ତୁ

    ତାମିଲନାଡୁ : ଆଜି ବିଜୟଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ । ଶପଥ ନେବେ ପ୍ରାୟ ୨୧ ନୂଆ ମନ୍ତ୍ରୀ । ୫୯ ବର୍ଷ ପରେ ତାମିଲନାଡୁ କ୍ୟାବିନେଟକୁ ଫେରିଲା କଂଗ୍ରେସ! । ତାମିଲନାଡୁରେ ଚାଲିଥିବା ଦଶନ୍ଧି ଦଶନ୍ଧିର DMK ଓ AIADMK ଦବଦବାର ଅନ୍ତ ଘଟାଇ ନୂଆ ସରକାର ଗଢ଼ିଥିିବା ବିଜୟ ଆଜି ତାଙ୍କ କ୍ୟାବିନେଟ ସଂପ୍ରସାରଣ କରୁଛନ୍ତି । ଚେନ୍ନାଇ ଲୋକ ଭବନଠାରେ ସକାଳ ୧୦ଟାରେ ଶପଥ ଗ୍ରହଣ ସମାରୋହ। ମେ ୧୦ ତାରିଖରେ ମାତ୍ର ୧୦ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ଆଜି ପ୍ରାୟ ୨୧ ଜଣ ନୂଆ ମନ୍ତ୍ରୀ ଶପଥ ନେଇପାରନ୍ତି । ୫୯ ବର୍ଷ ପରେ ଇତିହାସ ରଚିବ କଂଗ୍ରେସ ।

    ଏହି ସମ୍ପ୍ରସାରଣରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହେଉଛି କଂଗ୍ରେସର ଦୁଇ ବିଧାୟକ ଆଡଭୋକେଟ୍ ରାଜେଶ କୁମାର ଏବଂ ଥିରୁ ପି. ବିଶ୍ୱନାଥନ ମନ୍ତ୍ରୀ ଭାବେ ଶପଥ ନେବେ । ୧୯୬୭ ମସିହା ପରେ ତାମିଲନାଡୁ ସରକାରରେ କଂଗ୍ରେସ କ୍ୟାବିନେଟରେ ସାମିଲ ହେବାକୁ ଯାଉଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ ଏଥିପାଇଁ ମଞ୍ଜୁରୀ ଦେଇଛନ୍ତି। ବାକି ୧୯ ଜଣ ମନ୍ତ୍ରୀ ମୁଖ୍ୟତଃ TVK ଦଳର ହେବେ। ଯେଉଁଥିରେ ସାମାଜିକ ନ୍ୟାୟ, ଜାତିଗତ ଏବଂ ଆଞ୍ଚଳିକ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରାଯାଇଛି। ସରକାରଙ୍କୁ ସମର୍ଥନ କରୁଥିବା AIADMKର ୨୩ ଜଣ ବିଦ୍ରୋହୀ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ କୌଣସି ସ୍ଥାନ ମିଳିବ ନାହିଁ। ବର୍ତ୍ତମାନ ବିଜୟ ସରକାରଙ୍କ ପାଖରେ ମୋଟ ୧୪୪ ଜଣ ବିଧାୟକଙ୍କ ସମର୍ଥନ ରହିଛି । ଏହି ନୂଆ କ୍ୟାବିନେଟ୍ ସହିତ ତାମିଲନାଡୁ ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ସମସ୍ତ ନଜର ବିଜୟଙ୍କ ପ୍ରଶାସନିକ ଦକ୍ଷତା ଉପରେ ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    89 %
    0.3kmh
    70 %
    Sat
    30 °
    Sun
    31 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ