Wednesday, August 5, 2026
29.1 C
Odisha

    ଭଦ୍ରକରେ ଆଜି ସମସ୍ତ ସ୍କୁଲ ଛୁଟି

    ଆଗକୁ ପଢନ୍ତୁ

    ଭଦ୍ରକ : ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗତକାଲି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଏହି ସୂଚନା ଦେଇଛନ୍ତି । ବର୍ଷା ଓ ଜଳବନ୍ଦୀ ଘଟଣାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

    ଏହି ଘୋଷଣା ଅନୁଯାୟୀ, ଜିଲାରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲ ଆସନ୍ତାକାଲି ବନ୍ଦ ରହିବ । ଗତ କିଛି ଦିନ ହେବ ଜିଲାରେ ପ୍ରବଳ ବର୍ଷା ହେଉଥିବାରୁ ଜନଜୀବନ ପ୍ରଭାବିତ ହୋଇଛି, ଯାହାକୁ ଆଖିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ଯାହାର ପ୍ରଭାବରେ ଗତରାତିରୁ ଲାଗିରହିଛି ବର୍ଷା । ଖାସ୍ କରି ଉପକୂଳିଆ ଅଞ୍ଚଳରେ ବର୍ଷାର ପରିମାଣ ଅଧିକ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.1 ° C
    29.1 °
    29.1 °
    79 %
    1.4kmh
    100 %
    Wed
    29 °
    Thu
    27 °
    Fri
    25 °
    Sat
    29 °
    Sun
    31 °

    ସମ୍ବନ୍ଧିତ